fbpx

ଜମ୍ମୁ କାଶ୍ମୀର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୁର୍ବରୁ ଆକ୍ସନରେ ସୁରକ୍ଷାକର୍ମୀ, ଏନକାଉଣ୍ଟରରେ ଦୁଇ ଆତଙ୍କୀ ନିପାତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତର ଗୋଟିଏ ଦିନ ପୁର୍ବରୁ ସୁରକ୍ଷା କର୍ମୀ ଘାଟିରେ ଆକ୍ସନରେ ନଜର ଆସିଛନ୍ତି । କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀ ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ କରିଛନ୍ତି । ଏନେଇ କାଶ୍ମୀର ଜୋନ ପୋଲିସ ଶନିବାର ସୂଚନା ଦେଇଛନ୍ତି । ରବିବାର ପ୍ରଧାନମନ୍ତ୍ରୀ ସାମ୍ବା ଅଞ୍ଚଳରେ ପଲ୍ଲୀ ପଞ୍ଚାୟତରେ ଯୋଗ ଦେବେ । ଧାରା ୩୭୦ ହଟିବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାଶ୍ମୀର ଗସ୍ତ । ଏହା ପୁର୍ବରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।

କାଶ୍ମୀର ଜୋନ ପୋଲିସ କହିଛି ଯେ, ଦକ୍ଷିଣ କାଶ୍ମୀରର କୁଲଗାମର ମିରହମାଠାରେ ଆତଙ୍କୀ ଲୁଚି ରହିଥିବାର ଖବର ଆସିଥିଲା । ଏହା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ସର୍ଚ୍ଚ ଅପରେସନ ସମୟରେ ଆତଙ୍କୀ ଏବଂ ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ବର୍ତ୍ତମାନ ମଧ୍ୟ ଗୁଳି ବିନିମୟ ଜାରି ରହିଛି । ଏବେ ସୁଦ୍ଧା ଦୁଇ ଆତଙ୍କୀ ନିପାତ ହୋଇସାରିଥିବା ପୋଲିସ ସୂଚନା ଦେଇଛି ।

ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୁର୍ବରୁ ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି । ପୁରା ରାଜ୍ୟରେ ରେର୍ଡ ଆଲର୍ଟ ଜାରି କରିଦିଆଯାଇଛି । ସୂଚନା ଅନୁସାରେ ଜମ୍ମୁ ସହରରୁ ୧୭ କିଲୋମିଟର ଦୁରରେ ଥିବା ପଲ୍ଲୀ ପଞ୍ଚାୟତକୁ ଏକ ପ୍ରକାର ସିଲ କରିଦିଆଯାଇଛି । ସିମା ସୁରକ୍ଷା ବଳ(ବିଏସଏଫ), କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ) ଏବଂ ସ୍ଥାନୀୟ ପୋଲିସ ସମେତ ଅର୍ଦ୍ଧ ସାମରିକ ଯବାନ ମଧ୍ୟ କଡ଼ା ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.