fbpx
BSKY SKY
BSKY SKY

ବାରମୁଳାରେ ଏନକାଉଣ୍ଟର: ତିନି ପାକିସ୍ତାନୀ ଆତଙ୍କୀ ନିପାତ, ଜଣେ ପୋଲସି ସହିଦ

BSKY

ନୁଆଦିଲ୍ଲୀ: କାଶ୍ମୀରର ବାରମୁଳାରେ ବୁଧବାର ସୁରକ୍ଷାକର୍ମି ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପୁଣି ଗୁଳି ବର୍ଷଣ ଆରମ୍ଭ ହୋଇଯାଇଛି । ଏହି ଗୁଳିକାଣ୍ଡରେ ତିନି ପାକିସ୍ତାନୀ ଆତଙ୍କୀ ନିହତ ହୋଇଛନ୍ତି । ଏହା ସହିତ ଜଣେ ପୋଲିସ କର୍ମୀ ସହିଦ ହୋଇଥିବା କାଶ୍ମୀର ଜୋନ୍ ପୋଲିସ ସୂଚନା ଦେଇଛନ୍ତି । ପୋଲସି ଆତଙ୍କବାଦୀଙ୍କ ପାଖରୁ ବନ୍ଧୁକ ଆଦି ବିଭିନ୍ନ ଅପତ୍ତିଜନକ ସାମଗ୍ରୀ ଜବତ କରିଛି । ଏହି ଆତଙ୍କୀ ମାନେ ଗତ କିଛି ଦିନ ହେବ ସମ୍ପୃକ୍ତ ଅଞ୍ଚଳରେ ସକ୍ରିୟ ଥିଲେ । ମଚଳିତ ବର୍ଷ ସେନା ଏପର୍ଯ୍ୟନ୍ତ ୨୨ ଆତଙ୍କୀଙ୍କୁ ନିପାତ କରି ସାରିଥିବା ସୂଚନା ଦେଇଛନ୍ତି କାଶ୍ମୀର ଆଇଜିପି ବିଜୟ କୁମାର ।

ଜାମ୍ମୁ-କାଶ୍ମୀର ପୋଲିସ ୫୨ ଆରଆରର ଯବାନ ଆତଙ୍କୀଙ୍କୁ ଜବାବି ଉତ୍ତର ଦେଉଛନ୍ତି । ସେନା ପକ୍ଷରୁ ପୁରା ଅଞ୍ଚଳକୁ ଘେରାବନ୍ଦି କରି ରଖିଛି । ତେବେ ଏନେଇ ସେନା ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ ।
ଏହା ପୁର୍ବରୁ ମଙ୍ଗଳବାର ଆତଙ୍କବାଦୀ ଶ୍ରୀନଗରର ସୋରା ଅଞ୍ଚଳରେ ଆତଙ୍କବାଦୀମାନେ ଗୁଳି ଚଳାଇ ପୋଲିସ କର୍ମଚାରି ସାଇଫୁଲ କାଦ୍ରିଙ୍କ ଉପରକୁ ଆକ୍ରମଣ କରିଥିଲେ । ଏଥିରେ କାଦ୍ରି ଏବଂ ତାଙ୍କର ଝିଅ ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ବାଟରେ ସେ ପ୍ରାଣ ତ୍ୟାଗ କରିଥିଲେ ।

 

Get real time updates directly on you device, subscribe now.