fbpx

‘ଭାରତ ରାଷ୍ଟ୍ର ନୁହେଁ ରାଜ୍ୟଗୁଡିକର ସଂଘ’ ବୟାନକୁ ନେଇ ରାହୁଲଙ୍କୁ ପାଠ ପଢାଇଲେ ଅଧିକାରୀ, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଲଣ୍ଡନର କେମ୍ବ୍ରିଜ ବିଶ୍ଵ ବିଦ୍ୟାଳୟ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ସମୟରେ ଭାରତୀୟ ପ୍ରଶାସନିକ ଅଧିକାରୀ ସିଦ୍ଧାର୍ଥ ବର୍ମାଙ୍କ ସହ ରାହୁଲ ମୁହାଁମୁହିଁ ହୋଇଛନ୍ତି। ପୂରା କାର‌୍ୟ୍ୟକ୍ରମରେ ଦୁହିଁଙ୍କ ମଧ୍ୟରେ ରାଷ୍ଟ୍ର ଏବଂ ରାଜ୍ୟ ପ୍ରସଙ୍ଗରେ ଖୁବ୍ ବିତର୍କ ହୋଇଛି। ଏହି କାର‌୍ୟ୍ୟକ୍ରମର ଭିଡିଓକୁ ଅଧିକାରୀ ଟୁଇଟରରେ ସେୟାର କରିଛନ୍ତି। କଂଗ୍ରେସ ନେତା ‘ଇଣ୍ଡିଆ ଏଟ୍ ୭୫’ ବିଷୟ ଉପରେ ନିଜର ବିଚାର ରଖିଛନ୍ତି।

ଅଧିକାରୀ ଟୁଇଟ୍ କରିଛନ୍ତି, ଗତକାଲି ମୁଁ କେମ୍ବ୍ରିଜରେ ରାହୁଲ ଗାନ୍ଧୀଙ୍କୁ ତାଙ୍କର ବୟାନ ‘ଭାରତ ରାଷ୍ଟ୍ର ନୁହେଁ, ବରଂ ରାଜ୍ୟଗୁଡିକୁ ନେଇ ଏକ ସଂଘ’କୁ ନେଇ ପ୍ରଶ୍ନ କରିଥିଲି। ରାହୁଲ ଏହା ଉପରେ ଜୋର ଦେଇ କହିଛନ୍ତି, ଭାରତ ଏକ ରାଷ୍ଟ୍ର ନୁହେଁ ବରଂ ଏହା ରାଜ୍ୟଗୁଡିକ ମଧ୍ୟରେ ରାଜିନାମାର ଏକ ପରିଣାମ।

ଭିଡିଓରେ ଏହାର ଜବାବ ଦେଇ ଅଧିକାରୀ କହିଛନ୍ତି, ଯଦି ସମ୍ବିଧାନର ଅନୁଚ୍ଛେଦ ୧ର ପ୍ରଥମ ପୃଷ୍ଠାକୁ ଯିବା ଏବଂ ପ୍ରସ୍ତାବ ଦେଖିବା ତେବେ ଏଥିରେ ଲେଖା ହୋଇଛି ଯେ, ଭାରତ ଏକ ରାଷ୍ଟ୍ର। ଭାରତ ସବୁଠୁ ପୁରୁଣା ଜୀବିତ ସଭ୍ୟତା ମଧ୍ୟରୁ ଏକ ଏବଂ ଏହି ଶବ୍ଦ ବେଦରେ ମଧ୍ୟ ରହିଛି ଯେ ଆମର ସଭ୍ୟତା ବହୁତ ପୁରାତନ।

 

ଅଧିକାରୀ ଏହା ମଧ୍ୟ କହିଛନ୍ତି, ଯେବେ ଚାଣକ୍ୟ ତକ୍ଷଶିଳାରେ ଛାତ୍ରଙ୍କ ସହ ଆଲୋଚନା କରିଥିଲେ, ସେ ସ୍ପଷ୍ଟ କରି କହିଥିଲେ, ହୋଇପାରେ ମୁଁ ଭିନ୍ନ ଭିନ୍ନ ଜନପଦରୁ ଆସିଛି ତଥାପି ଶେଷରେ ତାଙ୍କ ସମ୍ବନ୍ଧ ଭାରତ ରାଷ୍ଟ୍ର ସହ ରହିଛି। ଏହା ଉପରେ ରାହୁଲ ଗାନ୍ଧୀ ଜବାବ ଦେଇଛନ୍ତି ଯେ, କଣ ସେ ନେସନ ଶବ୍ଦର ବ୍ୟବହାର କରିଥିଲେ ? ଅଧିକାରୀ କହିଛନ୍ତି, ଚାଣକ୍ୟ ରାଷ୍ଟ୍ର ଶବ୍ଦର ବ୍ୟବହାର କରିଥିଲେ। ରାହୁଲ କହିଛନ୍ତି, ରାଷ୍ଟ୍ର ସାମ୍ରାଜ୍ୟ। ପୁଣି ଅଧିକାରୀ କହିଛନ୍ତି, ନା ରାଷ୍ଟ୍ର ସାମ୍ରାଜ୍ୟ ନୁହେଁ ନେସନର ସଂସ୍କୃତ ଶବ୍ଦ ଅଟେ।

ଅଧିକାରୀ କଂଗ୍ରେସ ନେତାଙ୍କୁ ପ୍ରଶ୍ନ କରିଛନ୍ତି ଯେ, କଣ ରାଜନେତା ହିସାବରେ ଆପଣଙ୍କୁ ଲାଗୁନି କି ଭାରତକୁ ନେଇ ଆପଣଙ୍କ ବିଚାର କେବଳ ଭୁଲ୍ ନୁହେଁ ବରଂ ବିନାଶକାରୀ ରହିଛି। କାରଣ ଏହା ହଜାର ହଜାର ବର୍ଷର ଇତିହାସକୁ ଲୁଚାଇବାକୁ ଉଦ୍ୟମ କରିଥାଏ।

ରାହୁଲ ଗାନ୍ଧୀଙ୍କ ସହ ହୋଇଥିବା ଆଲୋଚନାର ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ଅଧିକାରୀଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ତାଙ୍କର ସମର୍ଥନ ନେଇ ମଧ୍ୟ ଅଧିକାରୀ କୃତଜ୍ଞତା ଜଣାଇଛନ୍ତି। ଆଜି ମିଳିଥିବା ଏହି ସମର୍ଥନ ପାଇଁ ମୁଁ ବହୁତ କୃତଜ୍ଞ।

 

Get real time updates directly on you device, subscribe now.