fbpx

ଏନକାଉଣ୍ଟରେ ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର,୧୨ ।୧: ଜମ୍ମୁ-କାଶ୍ମୀର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ତ୍ରାଲରେ ୨-୩ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଆଜି ସକାଳୁ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଜମ୍ମୁ-କାଶ୍ମୀରର ଡିଏସପିଙ୍କ କାରରୁ ୨ ଖତରନାକ ଆତଙ୍କବାଦୀ ଗିରଫ ହେବା ପରେ ଆଜି ସକାଳୁ ଏହି ସର୍ଚ୍ଚ ଅପରେସନ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ତ୍ରାଲରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ଜଣାପଡିଛି ।

Get real time updates directly on you device, subscribe now.