fbpx

(Video) ସତର୍କ ରହୁନ୍ତୁ! ନହେଲେ ଏମିତି ଆପଣଙ୍କ ସହ ମଧ୍ୟ ଘଟିପାରେ…

ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ ।  ଏହି ଭିଡିଓରେ ଅନେକ ସମୟରେ ବିଭିନ୍ନ ଆଶ୍ଚର୍ଯ୍ୟ ଲାଗିଥାଏ । କେତେବେଳେ ପଶୁପକ୍ଷୀଙ୍କର ତ’ ପୁଣି କେତେବେଳେ ମଣିଷଙ୍କର ଭିଡିଓ ଭାଇରାଲ ହୋଇଥାଏ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ମଧ୍ୟରେ ପଶୁ ପକ୍ଷୀଙ୍କର ମଜାଦାର ଭିଡିଓକୁ ସବୁଠୁ ଅଧିକ ପସନ୍ଦ କରିଥାନ୍ତି ଲୋକେ । ତେବେ ବର୍ତ୍ତମାନ ମଧ୍ୟ ଏଭଳି ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଏକ ପକ୍ଷୀ ସହ ଜଡ଼ିତ । ଆଉ ଏହି ପକ୍ଷୀର ହରକତ ଦେଖିଲେ ଆପଣ ବି ନିଶ୍ଚୟ ହସିବାକୁ ବାଧ୍ୟହେବ ।

ପ୍ରକୃତରେ ଏହି ଭିଡିଓରେ ଏକ ଚିଲ ଜଣେ ବ୍ୟକ୍ତିଙ୍କ ମୁହଁରୁ ହିଁ ଖାଦ୍ୟ ଛଡ଼େଇ ନେଇଯାଉଛି । ଭିଡିଓରେ ଆପଣ ଦେଖିପାରୁଥିବେ ଜଣେ ବ୍ୟକ୍ତି ସମୁଦ୍ର କୂଳରେ ବସି ସ୍ୟାଣ୍ଡୱିଚ୍ ଖାଉଛନ୍ତି । ଆଉ ଠିକ୍ ଏହି ସମୟରେ ଏକ ଚିଲ୍ ହଠାତ୍ କୌଣସି ଦ୍ରୃତ ଗତିରେ ଆସି ତାଙ୍କ ହାତରୁ ସେହି ସ୍ୟାଣ୍ଡୱିଚକୁ ଝାମ୍ପିନେଉଛି । ଯାହାପରେ ବ୍ୟକ୍ତି ଜଣକ ମୁହଁରେ ହତାଶା ଆପଣ ନିଶ୍ଚୟ ଦେଖିପାରୁଥିବେ । ସେ ଉଦାସ ହେଉଯାଉଛନ୍ତି । ତେବେ ଚିଲ ଯେଉଁଭଳି ଭାବରେ ଆସି ବ୍ୟକ୍ତିଙ୍କ ଠାରୁ ଖାଦ୍ୟ ନେଇଗଲା ତାହାକୁ ଦେଖିଲେ ନିଶ୍ଚୟ ହସ ଲାଗିବ ।

ସେପଟେ ଏହି ଭିଡିଓକୁ ଦେଖି ଅନେକ ୟୁଜର୍ସ ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି । ଜଣେ ୟୁଜର କହିଛନ୍ତିି ପ୍ରକୃତରେ ଚିଲ ବହୁତ ଜଲଦୀରେ ଥିଲା । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.