fbpx
BSKY
BJD MC SKY
BJD YOUTH SKY

(Video) ସଫାରୀ ବୁଲିବାକୁ ଯାଇଥିଲେ ପର୍ଯ୍ୟଟକ, ଗାଡ଼ି ଆଗକୁ ଚାଲି ଆସିଲା ମହାବଳ ବାଘ.. ତା’ ପରେ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ପଶୁ ପକ୍ଷୀଙ୍କ ମଜଦାର ଭିଡିଓ ଭାଇରାଲ ହୋଇଥାଏ । ଯାହାକୁ ବେଶ୍ ପସନ୍ଦ ମଧ୍ୟ କରିଥାନ୍ତି ୟୁଜର୍ସ । ଭାଇରାଲ ହେଉଥିବା ଭିଡିଓରେ ଅଧିକାଂଶ ଲୋକଙ୍କୁ ଜଙ୍ଗଲ ଏବଂ ଜଙ୍ଗଲୀ ଜନ୍ତୁଙ୍କ ସହ ଜଡ଼ିତ ଭିଡିଓ ପସନ୍ଦ ଆସିଥାଏ । ଏବେ ଏହିଭଳି ଏକ ଜଙ୍ଗଲର ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ବୁଲିବାକୁ ଯାଇଥିବା ଲୋକଙ୍କ ଗାଡ଼ି ଆଗକୁ ଏକ ବାଘ ଆସି ବସିଯାଉଛି, ଆଉ ତାକୁ ଦେଖି କିଭଳି ଭୟଭୀତ ହେଉଯାଉଛନ୍ତି ଲୋକେ ।

ଭାଇରାଲ ଭିଡିଓରେ ଦେଖାଯାଉଛି ଜଙ୍ଗଲରେ ସଫାରୀରେ ବାହାରିଥିବା କିଛି ଲୋକ ହଠାତ୍ ଜଙ୍ଗଲ ମଝିରେ ଅଟକିଯାଉଛନ୍ତି, କାରଣ ସେମାନଙ୍କ ଗାଡ଼ି ଆଗକୁ ଏକ ବାଘ ବସିଯାଇଛି । ସେ ତ’ ନିଜ ଏରିଆରେ ଆରାମ କରୁଥିଲା କିନ୍ତୁ ଲୋକମାନେ ଏହାକୁ ଦେଖି ଭୟଭୀତ ହୋଇଯାଇଥିଲେ । ହୁଏତ ଆପଣ ବି’ ସେହି ସ୍ଥାନରେ ଥିଲେ ଡରିଯାଇଥାନ୍ତେ ।

ଭାଇରାଲ ହେଉଥିବା ଭିଡିଓ ଏକ ବାଘ ସଫାରୀର ଯେଉଁଠାରେ ଖୋଲା ଜୀପରେ ବସି କିଛି ଲୋକ ସଫାରୀର ମଜା ନେଉଛନ୍ତି । କିନ୍ତୁ ହଠାତ୍ ସେମାନଙ୍କ ଗାଡ଼ି ଆଗକୁ ଏକ ବାଘ ଚାଲି ଆସୁଛି, ଯାହାକୁ ଦେଖି ଭୟଭୀତ ହେବା ସହ ଗାଡ଼ିକୁ ଅଧାରେ ଅଟକିବାକୁ ପଡ଼ିଥିଲା । ବାଘ ପୂରା ଆରାମରେ ଏପଟ ସେପଟ ଦେଖୁଥିଲା ଏବଂ ନିଜ ଇଚ୍ଛାରେ ଉଠିଥିଲା । ଭିଡିଓରେ ବାଘର ହରକତ ଦେଖିଲେ ଏପରି ଲାଗୁଛି ଯେମିତି କେହି ଯିବା ଆସିବା କଲେ ବି ବାଘକୁ କୌଣସି ଫରକ ପଡ଼ୁନାହିଁ ଏବଂ ନିଜ ଏରିଆରେ ସେ ନିଜ ଇଚ୍ଛାରେ ଆରାମ କରୁଛି । ସେପଟେ ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ଏହାକୁ ମଜା ନେବା ସହ ଅନେକ ୟୁଜର୍ସ କମେଣ୍ଟ ମଧ୍ୟ ଦେଇଛନ୍ତି ।

Get real time updates directly on you device, subscribe now.