fbpx

ସ୍ବପ୍ନରେ ମୃତ ପରିଜନଙ୍କୁ ଦେଖିଲେ କଣ ମିଳିଥାଏ ସଂକେତ

ପ୍ରାୟତଃ ବହୁତ ଲୋକ ସ୍ବପ୍ନରେ ଆମର ମୃତ ପରିଜନଙ୍କୁ ଦେଖିବାକୁ ପାଇଥାନ୍ତି। ଏମାନଙ୍କୁ ଦେଖି କରିବା ଏବଂ ତାଙ୍କ ଦ୍ବାରା କୁହାଯାଇଥିବା କଥା କେବେ କେବେ ଆମକୁ ମନେରୁହେ ତ କେବେ ଭୁଲି ଯାଇଥାଉ। କିନ୍ତୁ କିଛି ଭିନ୍ନ ଭାବରେ ଅନୁଭବ ଆମ ଭିତରକୁ ଚାଲିଆସିଥାଏ। ଆମେ ଶବ୍ଦ ତ ଭୁଲିଯାଉ କିନ୍ତୁ ତାଙ୍କର ଚେହେରାର ଭାବ ଆମ ଭିତରେ ରହିଯାଇଥାଏ। ତେବେ ସ୍ବପ୍ନରେ ଆସିଥିବା ମୃତ ପରିଜନ ଆମକୁ କ’ଣ କହିବାକୁ ଚାହାନ୍ତି, ଆସନ୍ତୁ ଜାଣିବା..

ମନୋବୈଜ୍ଞାନିକ କାରଣ ଅନୁସାରେ, ଯେତେବେଳେ ଆମର କୌଣସି ପରିବାର ସଦସ୍ୟ ଆମକୁ ସବୁବେଳ ପାଇଁ ଦୂର କରି ଚାଲିଯାଇଥାନ୍ତି ଆମେ ଖୁବ୍ ଦୁଃଖୀ ହୋଇଯାଇଥାଉ। ଆମେ ଯଦିଓ ତାଙ୍କୁ ଆମ ଜୀବନରେ ପ୍ରତିକଥାରେ ସାମିଲ କରିନଥାଉ କିନ୍ତୁ ଭାବନାତ୍ମକ ଭାବରେ ତାଙ୍କ ସହିତ ଯୋଡି ହୋଇ ରହିଥାଉ।ଶୋଇବା ଓ ଉଠିବା ସମୟରେ ତାଙ୍କର କଥା ସବୁବେଳେ ମନେପଡିଥାଏ। ଏହି କାରଣରୁ ସେମାନେ ସ୍ବପ୍ନରେ ଆସିଥାନ୍ତି।

ଯଦି ମୃତ ପରିଜନ ବାରମ୍ବାର ସ୍ବପ୍ନରେ ଆସିଥାନ୍ତି ତେବେ ଏହାର କାରଣ ଏହା ରହିଥାଏ ଯେ, ସେମାନେ ଆମକୁ କିଛି କହିବାକୁ ଚାହୁଁଛନ୍ତି କିମ୍ବା ତାଙ୍କର କିଛି ଇଛା ରହିଛି। ଯଦି ଆପଣ ତାଙ୍କ ଦ୍ବାରା କୁହାଯାଇଥିବା କଥା ଠିକ୍ ଭାବରେ ଜାଣିପାରନ୍ତି ତେବେ ଭଲ, ନହେଲେ ଆପଣଙ୍କ ମୃତ ପରିଜନଙ୍କ ନାମରେ ସମୟ ସମୟରେ କିଛି ଦାନ ଦିଅନ୍ତୁ। କାରଣ ଏଭଳି କରିବା ଦ୍ବାରା ତାଙ୍କର ଆତ୍ମା ଶାନ୍ତି ମିଳିଥାଏ ଏହା ସହ ତାଙ୍କର ଆର୍ଶିବାଦ ଆପଣଙ୍କୁ ମିଳିଥାଏ।
ମୃତ ପରିଜନମାନେ ସ୍ବପ୍ନରେ ବହୁବାର ଆର୍ଶିବାଦ ଦେବାକୁ ଆସିଥାନ୍ତି। ସେ ସମୟରେ ସେମାନେ ପ୍ରସନ୍ନ ମୁଦ୍ରାରେ ରହିଥାନ୍ତି।

Get real time updates directly on you device, subscribe now.