ପ୍ରେମିକ ସହ ରୋମାନ୍ସ କରୁଥିବା ସମୟରେ ସ୍ତ୍ରୀକୁ ଧରିଲା ସ୍ୱାମୀ, ତା ପରେ ହେଲା ଏମିତି ଅବସ୍ଥା
ଆଶୀର୍ବାଦ ଦେଇ ପ୍ରେମିକ ହାତରେ ସ୍ତ୍ରୀକୁ ଟେକିଦେଲା ସ୍ୱାମୀ
ଉତ୍ତରପ୍ରଦେଶ: ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ 7 ଜନ୍ମ ପାଇଁ ହୋଇଥାଏ। କିନ୍ତୁ ଆଜିକା ସମୟରେ 7ଦିନ ରହିବା ବି ବହୁତ ବଡ କଥା। ବାହାଘର ପରେ ଏକ୍ସଟ୍ରା ମେରିଟଲ ଆଫେୟାର ରଖିବା ଏବେ ବହୁତ କମନ ହୋଇଗଲାଣି। ସେହିପରି ଏକ ଘଟଣା ଉତ୍ତରପ୍ରଦେଶର ବୁଲନ୍ଦଶହରରେ ଦେଖିବାକୁ ମିଳିଛି। ଯେଉଁଥିରେ ଜଣେ ସ୍ୱାମୀ, ତାଙ୍କ ସ୍ତ୍ରୀକୁ ପ୍ରେମିକ ହାତରେ ଟେକି ଦେଉଛନ୍ତି।
ଏଠାରେ ସ୍ୱାମୀ ଜଣଙ୍କ ସ୍ତ୍ରୀକୁ ତାଙ୍କ ପ୍ରେମିକ ସହ ରୋମାନ୍ସ କରୁଥିବା ସମୟରେ ଧରି ପକାନ୍ତି। ତା ପରେ ସ୍ୱାମୀ, ପୋଲିସ ଷ୍ଟେସନକୁ ଯାଇ ତାଙ୍କ ସ୍ତ୍ରୀ ଏବଂ 2ଟି ପିଲାଙ୍କୁ ପ୍ରେମିକଙ୍କ ହାତକୁ ହସ୍ତାନ୍ତର କରିଦିଅନ୍ତି। କେବଳ ସେତିକି ନୁହେଁ, ସେମାନଙ୍କ ମୁଣ୍ଡ ଉପରେ ହାତ ଥୋଇ ସେମାନଙ୍କୁ ଆଶୀର୍ବାଦ ମଧ୍ୟ କରନ୍ତି।
ଘଟଣାଟି ଅହମଦଗଡ଼ ଅଞ୍ଚଳର। ସୂଚନା ଅନୁସାରେ, ଯୁବକଙ୍କ ସ୍ତ୍ରୀଙ୍କର ପଡ଼ୋଶୀରେ ରହୁଥିବା ଜଣେ ଯୁବକଙ୍କ ସହ କିଛି ମାସ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯେତେବେଳେ ସ୍ୱାମୀ ସମ୍ପୂର୍ଣ୍ଣ ସତ୍ୟ ଜାଣିଲେ ଏବଂ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହିତ ଅନୈତିକ ସମ୍ପର୍କ ରଖିଥିବା ଅବସ୍ଥାରେ ଧରିଲେ, ସେ ବହୁତ ଦୁଃଖ ପ୍ରକାଶ କଲେ।
ଶାନ୍ତିର ସହ ସମାଧାନ ପାଇଁ ସେ ସେମାନଙ୍କୁ ପୋଲିସ ଷ୍ଟେସନକୁ ନେଇ ସମ୍ପୂର୍ଣ୍ଣ ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ ଏବଂ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ମଧ୍ୟ ନେଇଥିଲେ।
ସ୍ୱାମୀ ପୋଲିସକୁ ଲିଖିତ ଭାବରେ ଜଣାଇଥିଲେ ଯେ, ସେ ତାଙ୍କ ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ତାଙ୍କ ପ୍ରେମିକଙ୍କୁ ହସ୍ତାନ୍ତର କରୁଛନ୍ତି ଏବଂ ସେମାନଙ୍କୁ ଏକାଠି ରହିବାକୁ ଅନୁମତି ଦେଉଛନ୍ତି। ଯେତେବେଳେ ସେ ତାଙ୍କ ପ୍ରେମିକଙ୍କ ସହିତ ଖୁସି ଅଛନ୍ତି, ସେତେବେଳେ ମୁଁ ସେମାନଙ୍କ ଭିତରେ ପଶିବି ନାହିଁ। ମୁଁ ଚାହେଁ 2 ପିଲାଙ୍କୁ ଧରି ସେମାନେ ଏକାଠି ରୁହନ୍ତୁ। ଏହିପରି ଘଟଣା ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ।