fbpx

ସ୍ୱପ୍ନରେ ପାଣି ଦେଖୁଥିଲେ ଲାଭ ହୁଏ ନା କ୍ଷତି ହୁଏ ? କଣ କହୁଛି ଶାସ୍ତ୍ର

AAKASH

ଓଡ଼ିଶା ଭାସ୍କର ବ୍ୟୁରୋ: ସାଧାରଣତଃ ସ୍ୱପ୍ନରେ ଆସୁଥିବା ବିଭିନ୍ନ ଘଟଣା ଆମ ଜୀବନ ସହ ଜଡିତ ହୋଇ ରହିଥାଏ । ଦୈନାନ୍ଦିନ ଜୀବନରେ ଘଟୁଥିବା କିଛି ଘଟଣା ଅଘଟଣକୁ ନେଇ ମନରେ ଚାଲିଥିବା ଭାବନା ଆଧାରରେ ଆମେ ସ୍ୱପ୍ନ ଦେଖୁ । ହେଲେ ବେଳେ ବେଳେ ଏହି ସ୍ୱପ୍ନ ଆମ ଆଗାମୀ ଭବିଷ୍ୟତର ଅନେକ ସଂକେତ ଦେଇଥାଏ । ତେବେ ସ୍ୱପ୍ନରେ ଦେଖୁଥିବା ଘଟଣାମାନକୁ ବୁଝିବା ପାଇଁ ହିନ୍ଦୁ ଧର୍ମରେ ସ୍ୱପ୍ନ ଶାସ୍ତ୍ର ଲେଖାହୋଇଛି । ଏଥିରେ ସ୍ୱପ୍ନ ଦ୍ୱାରା ହେବାକୁ ଥିବା ଶୁଭ ଅଶୁଭ କଥା ବିଷୟରେ ଉଲ୍ଲେଖ କରାଯାଇଛି । ତାହେଲେ ଚାଲନ୍ତୁ ଜାଣିବା ପାଣି ବିଷୟରେ ସ୍ୱପ୍ନ ଦେଖିବା ଦ୍ୱାରା କଣ ଲାଭ ଏବଂ କ୍ଷତି ହୋଇଥାଏ ।

ସ୍ୱପ୍ନରେ ନଦୀ ଦେଖିଲେ କଣ ହେବ:
ସ୍ୱପ୍ନ ଶାସ୍ତ୍ର ମୁତାବକ ସ୍ୱପ୍ନରେ ନଦୀ ଦେଖିଲେ ଖୁବ୍ ଶୁଭ ହୋଇଥାଏ । ଏହା ବ୍ୟତୀତ ନଦୀରେ ପହଁରୁଥିବା ଦୃଶ୍ୟ ଦେଖିବା ଦ୍ୱାରା ବି ଅନେକ ଭଲ ହୋଇଥାଏ । ଏହାର ଅର୍ଥ ଖୁବ୍ ଶୀଘ୍ର ଆପଣଙ୍କ ସ୍ୱପ୍ନ ଏବଂ ଇଚ୍ଛା ପୂରଣ ହେବାକୁ ଯାଉଛି । ଏହା ସହିତ ଆପଣଙ୍କୁ ସଫଳତା ମିଳିବାର ଅବସର ମଧ୍ୟ ମିଳିବ ।

ସ୍ୱପ୍ନରେ ସମୁଦ୍ର ଦେଖିଲେ:
ସ୍ୱପ୍ନରେ ସମୁଦ୍ର ପାଣି ଦେଖିବା ଆଦୌ ଭଲ ସଂକେତ ନୁହେଁ । ଏଭଳି ସ୍ୱପ୍ନ ଦେଖିଲେ ନିଜ କଥା ଉପରେ ଲଗାମ ରଖିବା ଦରକାର । କାର୍ରଣ ସମୁଦ୍ର ପାଣି ଲୁଣି ବା ଖାରା ହୋଇଥାଏ । ତେଣୁ ଆପଣ କାହାକୁ କିଛି କହିବା ପୂର୍ବରୁ ଠିକ୍ ଭାବରେ ଭାବି ଚିନ୍ତି କାମ କରିବା ଭଲ । ନଚେତ୍ କୌଣସି ବାଦ ବିବାଦରେ ଫସି ପାରନ୍ତି ।

ସ୍ୱପ୍ନରେ ବନ୍ୟା ପାଣି ଦେଖିବା:
ବନ୍ୟା ପାଣି ଦେଖିବାକୁ ଖୁବ୍ ଅଶୁଭ ସଂକେତ ମନାଯାଇଥାଏ । ଏହାର ଅର୍ତ କୌଣସି ଅଶୁଭ ଖବର ମିଳିପାରେ ।

ସ୍ୱପ୍ନରେ ଅଳିଆ ପାଣି ଅବା ସଫା ପାଣି ଦେଖିବା:
ଅଳିଆ ପାଣିକୁ ସ୍ୱପ୍ନରେ ଦେଖିବାକୁ ଶୁଭ ବୋଲି ଧରାଯାଇଥାଏ । ସେହିପରି ସଫା ପାଣି ଦେଖିବା ଦ୍ୱାରା କାମରେ ସଫଳତା ହାସଲ କରିବା ବୁଝାଇଥାଏ । ଖାସ୍ କରି ଚାକିରୀ ମିଳିବା ନଚେତ୍ ବ୍ୟବସାୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବା ।

ବର୍ଷା ପାଣି ଦେଖିବା:
ବର୍ଷା ପାଣି ଦେଖିବା ମଧ୍ୟ ଶୁଭ ହୋଇଥାଏ । ଏହାର ଅର୍ଥ ଖୁବ୍ ଶୀଘ୍ର ଆପଣଙ୍କୁ ଭଲ ଖବର ମିଳିବ ଅଥବା କୌଣସି କ୍ଷେତ୍ରରେ ଭଲ ଉପଳବ୍ଧି ହାସଲ କରିବେ । ଏଥିସହିତ କୁଅଁ ପାଣି ଦେଖିବାକୁ ମଧ୍ୟ ଶୁଭ ହୋଇଥାଏ ।

Get real time updates directly on you device, subscribe now.