fbpx

ଅନୋଖା ଅନ୍ଦାଜରେ ସଚିନଙ୍କୁ ଜନ୍ମଦିନର ଶୁଭେଚ୍ଛା: ସେହୱାଗ କାହିଁକି କଲେ ଏମିତି?

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ପୂର୍ବତନ ସାଥୀ ଖେଳାଳି ବିରେନ୍ଦ୍ର ସେହୱାଗ ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି । ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ସଚିନ ତେନ୍ଦୁଲକରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସେହୱାଗ । କିନ୍ତୁ ଏକ ନୂଆ ଷ୍ଟାଇଲରେ ଏବଂ ନୂଆ ଅନ୍ଦାଜରେ ସେ ସଚିନଙ୍କୁ ଜନ୍ମଦିନର ୱିସ କରିଛନ୍ତି । ମୁଣ୍ଡ ତଳକୁ ଏବଂ ଗୋଡ ଉପରକୁ କରି ସଚିନଙ୍କୁ ୫୦ତମ ଜନ୍ମଦିନର ବାର୍ତ୍ତା ଦେଇଛନ୍ତି ସେହୱାଗ ।

ଏହି ଭିଡିଓରେ ସେହୱାଗ କହିଛନ୍ତି ଯେ, ପଡିଆରେ ଆପଣ ଯାହା କହୁଥିଲେ,ମୁଁ ତା’ର ଓଲଟା କରୁଥିଲି । ତେଣୁ ଆଜି ଆପଣଙ୍କ ୫୦ତମ ଜନ୍ମଜୟନ୍ତୀରେ ଶୀର୍ଷାସନ କରି ଶୁଭେଚ୍ଛା ଜଣାଉଛି । ଏହାପରେ ସେ ସଚିନଙ୍କୁ ଜନ୍ମଦିନ ପାଇଁ ଶୁଭେଚ୍ଛା କରିବା ସହ ଦୀର୍ଘାୟୁ କାମନା କରିଛନ୍ତି । ସେହୱାଗ କରିଥିବା ଏହି ପୋଷ୍ଟରେ ଦେଖାଯାଇଛି ଯେ, ସେହୱାଗ ମୁଣ୍ଡ ତଳକୁ ଏବଂ ଗୋଡ ଉପରକୁ କରି ଶୀର୍ଷାସନ ପୋଜିସନରେ ରହିଛନ୍ତି । ଏବଂ ଏହି ସମୟରେ ଏକ ଭିଡିଓ କରି ସଚିନଙ୍କୁ ତାଙ୍କର ଜନ୍ମଦିନ ଶୁଭେଚ୍ଛା ଦେଇଛନ୍ତି ସେହୱାଗ । ସେହୱାଗଙ୍କ ଏହି ଅଜବ କାରନାମାକୁ ଲୋକେ ଏବେ ଖୁବ ପ୍ରଶଂସା କରିଛନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ ତାଙ୍କର ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଥାଉ କି, ପଡିଆରେ ଭାରତର ସଚିନ ଏବଂ ସେହୱାଗ ଯୋଡିକୁ ଲୋକେ ଖୁବ ପସନ୍ଦ କରିଥିଲେ । ଉଭୟ ଖେଳାଳି ମିଶି ଟିମ ଇଣ୍ଡିଆକୁ ଅନେକ ମ୍ୟାଚରେ ବିଜୟ କରାଇଛନ୍ତି । ଉଭୟ ପଡିଆରେ ପାଦ ରଖିଲେ ଅନେକ ପ୍ରକାର ରେକର୍ଡ ସୃଷ୍ଟି ହୋଇଥାଏ । ଦିନିକିଆ ବିଶ୍ୱକପ-୨୦୧୧ରେ ମଧ୍ୟ ଏହି ଯୋଡି ଖୁବ ପ୍ରିୟ ରହିଥିଲା ।

Get real time updates directly on you device, subscribe now.