fbpx

ଦିଲ୍ଲୀରେ #MeToo ; ଯୋଦ୍ଧାଙ୍କୁ ଛାଡିଲେନି ! ଯୌନ ଶୋଷଣ ଅଭିଯୋଗରେ ସାରା ରାତି ଧାରଣାରେ ବସିଲେ ମହିଳା କୁସ୍ତି ଯୋଦ୍ଧା

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (WFI) ମୁଖ୍ୟ ଏବଂ ଅନ୍ୟ କୋଚ୍ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିଛି । ଏହି ଅଭିଯୋଗରେ ମହିଳା କୁସ୍ତିଯୋଦ୍ଧାମାନେ ଗତକାଲି ରାତିରୁ ଯନ୍ତରମନ୍ତର ନିକଟରେ ଧାରଣାରେ ବସିଛନ୍ତି । ୭ ଜଣ ମହିଳା କୁସ୍ତିଯୋଦ୍ଧା ଫେଡେରେସନ୍ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀର କଣ୍ଟେନ୍ ପ୍ଲେସ୍ ପପୋଲିସ ଷ୍ଟେସନରେ ଯୌନ ଉତ୍ପୀଡନର ଅଭିଯୋଗ କରିଛନ୍ତି ।

ଏସୀୟ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ମହିଳା କୁସ୍ତି ଖେଳାଳି ବିନେଶ ଫୋଗାଟ କହିଛନ୍ତି ଯେ ଆମେ କାହାକୁ ଅନ୍ଧ ଭାବରେ ବିଶ୍ୱାସ କରିବୁ ନାହିଁ। ଗତ ଥର ଆମକୁ ଭ୍ରମିତ କରାଯାଇଥିଲା । କିନ୍ତୁ ଏତର ଆମେ ଅନ୍ୟର କଥାରେ ଚାଲିବୁ ନାହିଁ । ଆଶା କରୁଛୁ ଏଥର ଏହି ପ୍ରସଙ୍ଗରେ କୌଣସି ରାଜନୀତି ହେବ ନାହିଁ।

ବିକ୍ଷୋଭକାରୀମାନେ ଏହା ମଧ୍ୟ କହିଛନ୍ତି ଯେ, ଆମକୁ ଯିଏ ସମର୍ଥନ କରିବାକୁ ଚାହିଁବ , ସେ ଆମ ସହ ଏଠି ବସିପାରିବ । କାହାକୁ ମନା କରାଯିବ ନାହିଁ । ଅଲିମ୍ପିକ୍ ପଦକ ବିଜେତା ବଜରଙ୍ଗ ପୁନିଆ କହିଛନ୍ତି ବିଜେପି, କଂଗ୍ରେସ, ଆପ୍ ବା ଅନ୍ୟ ଯେକୌଣସି ଦଳ ଏହି ବିକ୍ଷୋଭରେ ଯୋଗ ଦେବାକୁ ଚାହିଁଲେ , ଦେଇପାରିବେ । ଆମେ କୌଣସି ଦଳ ସହ ଜଡିତ ନୁହଁନ୍ତି।

ସୂଚନାଯୋଗ୍ୟ, ଜାନୁଆରୀରେ ମଧ୍ୟ ଏଭଳି ଏକ ବିକ୍ଷୋଭ କରାଯାଇଥିଲା । କିନ୍ତୁ ଜଣେ ନେତା ତାଙ୍କୁ ଆସନ ଛାଡିବାକୁ ଅନୁରୋଧ କରିଥିଲେ।

ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ କ୍ରୀଡ଼ା ମନ୍ତ୍ରଣାଳୟର କମିଟିରୁ ତଦନ୍ତ ରିପୋର୍ଟ ମାଗିଛି। କ୍ରୀଡ଼ା ମନ୍ତ୍ରଣାଳୟ କମିଟି ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗର ଯାଞ୍ଚ କରିସାରିଛି। ଦିଲ୍ଲୀ ପୋଲିସ ସୂତ୍ର ଅନୁଯାୟୀ କମିଟିର ରିପୋର୍ଟକୁ ଅପେକ୍ଷା କରାଯାଇଛି। କମିଟି ସମସ୍ତ କୁସ୍ତିଯୋଦ୍ଧାଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରିଛି। ୭ ଜଣ ମହିଳା କୁସ୍ତିଯୋଦ୍ଧା ଦିଲ୍ଲୀର କନନାଟ୍ ପ୍ଲେସ୍ ପୋଲିସ୍ ଷ୍ଟେସନରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଶାରୀରିକ ନିର‌୍ୟାତନା ଅଭିଯୋଗ ଆଣିଛନ୍ତି। ଯଦିଓ ଦିଲ୍ଲୀ ପୋଲିସ ଏପର‌୍ୟ୍ୟନ୍ତ କୌଣସି ମାମଲା ରୁଜୁ କରିନାହିଁ।

Get real time updates directly on you device, subscribe now.