fbpx
BJD SKY
BJD SKY

ବେରୋଜଗାର ଯୁବବର୍ଗଙ୍କୁ ପ୍ରତି ମାସ ଦିଆଯିବ ଏତିକି ଟଙ୍କା: ଏବେ ହିଁ କରନ୍ତୁ ଆବେଦନ

BJD

ନୂଆଦିଲ୍ଲୀ: ସାରା ଦେଶରେ ଏବେ ବେରୋଜଗାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସେମାନଙ୍କ ପାଇଁ ଏବେ ଚିନ୍ତା କରୁଛନ୍ତି ସରକାର । ଏଥିପାଇଁ ବରୋଜଗାର ଭତ୍ତା ଦେବା ନେଇ ଏପ୍ରିଲ ୧ ତାରିଖରୁ ନୂଆ ଯୋଜନା ଲାଗୁ କରାଯାଇଛି । ଏହି ଯୋଜନାରେ ଏପର୍ଯ୍ୟନ୍ତ ପ୍ରାୟ ୧ ଲକ୍ଷରୁ ଅଧିକ ଯୁବକ-ଯୁବତୀ ଆବେଦନ କରିସାରିଛନ୍ତି । ତେବେ ଏଥିମଧ୍ୟରୁ ୪୦ ହଜାର ଜଣଙ୍କୁ ବେରୋଜଗାରୀ ଭତ୍ତା ଦେବା ପାଇଁ ମଞ୍ଜୁରୀ ମିଳିଛି । ଏଣିକି ଏହି ୪୦ ହଜାର ଜଣଙ୍କୁ ପ୍ରତି ମାସ ବେରୋଜଗାରୀ ଭତ୍ତା ପ୍ରଦାନ କରାଯିବ ।

ସୂଚନା ଅନୁସାରେ, ଛତିଶଗଡରେ ବେରୋଜଗାର ଯୁବଗୋଷ୍ଠୀମାନଙ୍କ ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଛି । ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଏବେ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଆବେଦନ କରିଥିବା ବେଳେ ଡକ୍ୟୁମେଣ୍ଟ ଯାଞ୍ଚ ପରେ ୫୭,୨୦୭ ଜଣଙ୍କୁ ବେକାରୀ ଭତ୍ତା ମଞ୍ଜୁର କରିବାକୁ ସୁପାରିଶ କରାଯାଇଛି । ତେବେ ବେକାରୀ ଭତ୍ତାର ମାସିକ ଦେୟ ରହିଛି ୨,୫୦୦ ଟଙ୍କା । ଏହି ଟଙ୍କା ପ୍ରତି ମାସ ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦିଆଯିବ । ତେବେ ଭତ୍ତା ଦେବା ସହିତ କୌଶଳ ପ୍ରଶିକ୍ଷଣ ସାହାଯ୍ୟରେ ସେମାନଙ୍କୁ ରୋଜଗାରକ୍ଷମ କରିବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ।

୨୦୧୫ରେ ବନ୍ଦ ହୋଇଥିବା ବେକାରୀ ଭତ୍ତା ଯୋଜନା ଅପେକ୍ଷା ଏହା ଅଧିକ ସଫଳ ବୋଲି ସରକାରଙ୍କ ତରଫରୁ କୁହାଯାଇଛି । ସେହି ସମୟରେ ମାତ୍ର ୨୨ ହଜାର ଯୁବକଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରାଯାଇଥିଲା । କିନ୍ତୁ ନୂଆ ଯୋଜନାର ୨୩ ଦିନ ମଧ୍ୟରେ ୪୦ ହଜାର ଜଣଙ୍କ ଆବେଦନକୁ ସ୍ୱୀକୃତି ମିଳିସାରିଛି । ତେବେ ଏହି ଯୋଜନାରେ ଆବଦେନ କରିବା ପାଇଁ କୌଣସି ନିର୍ଦ୍ଧାରିତ ସମୟସୀମା ନାହିଁ । ଏହାର ପୋର୍ଟାଲକୁ ଯାଇ ଆବେଦକ କୌଣସି ସମୟରେ ଆପ୍ଲାଏ କରିପାରିବେ । ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘୋଷଣା ପରେ ଏହି ଯୋଜନା ବଜେଟରେ ମଞ୍ଜୁରୀ ପାଇଥିଲା ।

Get real time updates directly on you device, subscribe now.