fbpx
BSKY
BJD SHG SKY
BJD YOUTH SKY

ସେକ୍‌ ରେହେମାନ୍‌ ହତ୍ୟା ମାମଲାର ମୁଖ୍ୟ ଆସାମୀ ଦାରା ସିଂ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ (ଭାସ୍କର ନ୍ୟୁଜ୍‌): ବହୁ ଚର୍ଚ୍ଚିତ ମୟୂରଭଞ୍ଜ ଲୁଗା ବ୍ୟବସାୟୀ ସେକ୍‌ ରେହେମାନ୍‌ ହତ୍ୟା ମାମଲାରେ ଆସାମୀ ଦାରା ସିଂଙ୍କ ଆବେଦନର ଶୁଣାଣି ଶେଷ ହୋଇଯାଇଛି । ହାଇକୋର୍ଟ ଏହାର ଶୁଣାଣି ଶେଷ କରି ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର୍‌ ଓ ବିଚାରପତି ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଉପରୋକ୍ତ ଆଦେଶ ଦେଇଛନ୍ତି ।

ଗତ ୧୯୯୯ ମସିହା ଅଗଷ୍ଟ ୨୬ ତାରିଖ ଦିନ ଦାରା ସିଂ ଓ ତାର ସହଯୋଗୀ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଅଞ୍ଚଳରେ ଥିବା ଏକ ସାପ୍ତାହିକ ହାଟରେ ଲୁଗା ବ୍ୟବସାୟୀ ସେକ୍‌ ରେହେମାନ୍‌କୁ ପୋଡି ହତ୍ୟା କରିଥିଲା । ଗତ ୨୦୦୭ ମସିହା ଅକ୍ଟେବାର ୨୯ ତାରିଖରେ ନିମ୍ନ ଅଦାଲତ ତାକୁ ଏହି ମାମଲାରେ ଆଜୀବନ କାରାଦଣ୍ଡ ଆଦେଶ ପ୍ରଦାନ କରିଥିଲେ । ତେବେ ଏହି ମାମଲାରେ ଅନ୍ୟ ୩୭ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ନିମ୍ନ ଅଦାଲତଙ୍କ ଏପରି ଦଣ୍ଡାଦେଶ ବିରୋଧରେ ଦାରା ସିଂ ହାଇକୋର୍ଟରେ ଆବେଦନ କରିଥିଲେ ।

Get real time updates directly on you device, subscribe now.