“ପୁରୁଷ କି ମହିଳା ନୁହେଁ.. ଯୋଗ୍ୟ ପ୍ରାର୍ଥୀଙ୍କୁ କରାଯିବ ଚୟନ”, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, କହିଲେ-“ପୁରୁଷ କି ମହିଳା ନୁହେଁ.. ଯୋଗ୍ୟ ପ୍ରାର୍ଥୀଙ୍କୁ କରାଯିବ ଚୟନ”
ନୂଆଦିଲ୍ଲୀ:ସେନାରେ ଦୁଇ ମହିଳାଙ୍କ .. କୋରରେ ନିଯୁକ୍ତିର ଦାବିକୁ ନେଇ ଦାଖଲ କରାଯାଇଥିବା ପିଟିସନରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଜଷ୍ଟିସ ମନମୋହନ ଶୁଣାଣି କରି କହିଛନ୍ତି ଯେ, କାର୍ଯ୍ୟପାଳିକା ପୁରୁଷଙ୍କ ପାଇଁ ଖାଲି ପଦବୀ ସଂରକ୍ଷଣ କରିପାରିବେ ନାହିଁ।
ପୁରୁଷମାନଙ୍କ ପାଇଁ ୬ଟି ଏବଂ ମହିଳାମାନଙ୍କ ପାଇଁ ୩ଟି ସିଟ୍ ଇଚ୍ଛାଧୀନ ରହିଥିବା ବେଳେ ନିଯୁକ୍ତି ଆଳରେ ଏହାକୁ ଅନୁମତି ଦିଆଯାଇପାରିବ ନାହିଁ। ଲିଙ୍ଗ ନିରପେକ୍ଷତା ଏବଂ ୨୦୨୩ ନିୟମର ପ୍ରକୃତ ଅର୍ଥ ହେଉଛି ଯେ, କେନ୍ଦ୍ର ସର୍ବାଧିକ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବ। ମହିଳାଙ୍କ ପାଇଁ ଆସନ ସଂଖ୍ୟା ସୀମିତ କରିବା ସମାନତାର ଅଧିକାରକୁ ଉଲ୍ଲଂଘନ କରେ।
ସୁପ୍ରିମକୋର୍ଟ ସୋମବାର ଦିନ ଭାରତୀୟ ସେନାର ଜଜ ଆଡଭୋକେଟ ଜେନେରାଲ ଶାଖାରେ ପୁରୁଷ ଏବଂ ମହିଳା ଅଧିକାରୀମାନଙ୍କ ପାଇଁ ୨:୧ ସଂରକ୍ଷଣ ନୀତିକୁ ରଦ୍ଦ କରିଛନ୍ତି ଏବଂ କହିଛନ୍ତି ଯେ, ପୁରୁଷମାନଙ୍କ ପାଇଁ ଖାଲିପଦବୀ ସଂରକ୍ଷଣ ବା ମହିଳାମାନଙ୍କ ପାଇଁ ପ୍ରତିବନ୍ଧ କରିପାରିବ ନାହିଁ।
ନ୍ୟାୟାଳୟ ଏହି ପ୍ରଥାକୁ ‘ମନମାନି’ ଏବଂ ସମାନତାର ମୌଳିକ ଅଧିକାରର ଉଲ୍ଲଘଂନ କହିଛନ୍ତି।
ବିଚାରପତି ମନମୋହନ ଏବଂ ବିଚାରପତି ଦୀପାଙ୍କର ଦତ୍ତାଙ୍କ ପୀଠ କହିଛନ୍ତି ଯେ, କାର୍ଯ୍ୟପାଳିକା ପୁରୁଷଙ୍କ ପାଇଁ ଖାଲିପଦବୀ ସଂରକ୍ଷଣ କରିପାରିବେ ନାହିଁ। ପୁରୁଷଙ୍କ ପାଇଁ ଛଅଟି ଏବଂ ମହିଳାମାନଙ୍କ ପାଇଁ ତିନୋଟି ସିଟ୍ ଇଚ୍ଛାଧୀନ ରହିଛି ଏବଂ ନିଯୁକ୍ତି କ୍ଷେତ୍ରରେ ଏହାର ଅନୁମତି ଦିଆଯାଇପାରିବ ନାହିଁ।