fbpx

(Video) ସ୍ୱାର୍ଥପର ମଣିଷକୁ ବିଶ୍ୱାସ ଅବା କେତେ ? ରୋଗିଣା ଓଟକୁ ଛାଡ଼ି ଚାଲିଗଲା ସ୍ୱାର୍ଥପର ମାଲିକ

ବେଶ ଆଜି ସେ ଅଲୋଡ଼ା, ଅକାମି । ଯାହାର ସହାୟତା ବଳରେ ଦି ପଇସା ଉପାର୍ଜନ କରି ପରିବାର ପ୍ରତିପୋଷଣ କରିବାରେ ସକ୍ଷମ ହେଉଥିଲା। ଆଜି ତାକୁ ଛାଡି ଚାଲିଯାଇଛି ସ୍ୱାର୍ଥ ପର ମଣିଷ। ଆମେ କହୁଛୁ ଏକ ରୋଗୀଣା ଓଟ ର ଦୁଃଖ କାହାଣୀ ।

ସୂଚନା ଅନୁଯାୟୀ, କେହି ଜଣେ ଅଜଣା ବ୍ୟକ୍ତି ଗତ କିଛିଦିନ ଧରି କୋକସରା ଅଞ୍ଚଳରେ ଏକ ଓଟ ନେଇ ଗାଁ ଗାଁ ବୁଲି ରୋଜଗାର କରୁଥିଲେ । ହଠାତ ଓଟଟି ଅସୁସ୍ଥ ହେବା ପରେ ମାଲିକ ତାକୁ ଛାଡି ଫେରାର ମାରିଛି । ବଙ୍ଗୋମୁଣ୍ଡା ୨୬ନମ୍ବର ଜାତୀୟ ରାଜପଥର ଏକ କଡ଼ ରେ ଥିବା ଯାତ୍ରୀ ବିଶ୍ରାମ ପାଖରେ ଓଟଟି ଯନ୍ତ୍ରଣା ରେ ଏବେ ଛଟପଟ ହେଉଛି। ତେବେ ସ୍ଥାନୀୟ ଲୋକ ଏହା ଦେଖି  ବନ ବିଭାଗକୁ ଖବର ଦେଇ ଥିଲେ ମଧ୍ୟ କୌଣସି କର୍ମଚାରୀ ଆସି ନ ଥିବା ଜଣାପଡ଼ିଛି। ବର୍ତ୍ତମାନ ଓଟଟି ରୋଗିଣା ହୋଇ ସମ୍ପୂର୍ଣ୍ଣ ଅକର୍ମଣ୍ୟ ପାଲଟି ଯାଇଛି। ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.