fbpx

ଏହି ସ୍ଥାନରେ ଲାଗିଲା ସମ୍ପୂର୍ଣ୍ଣ ଲକଡାଉନ୍, ଜାଣନ୍ତୁ କେଉଁଠି ?

ଚେନ୍ନାଇ: କରୋନା ପାଇଁ କଟକଣା ମଧ୍ୟ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜିଠାରୁ ଚେନ୍ନାଇରେ ଲାଗିଛି ସମ୍ପୂର୍ଣ୍ଣ ଲକଡାଉନ୍ । ତାମିଲନାଡ଼ୁ ସରକାର ରାଜ୍ୟରେ ଜାନୁଆର ୩୧ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି । ଜାନୁଆରୀ ୧୪ ତାରିଖରୁ ୧୮ ତାରିଖ ମଧ୍ୟରେ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ତାମିଲନାଡୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଣୁ ଆଜିଠାରୁ ଚେନ୍ନାଇରେ ସମ୍ପୂର୍ଣ୍ଣ ତାଲା ବନ୍ଦ ରହିଛି । କୋଏମ୍ବାଟୁର ଅଞ୍ଚଳର କେତେକ ଫୋଟ ସାମ୍ନାକୁ ଆସିଛି । ଯେଉଁଥିରେ ଚାରିଆଡେ ଶୂନଶାନ ରହିଥିବା ଦେଖାଯାଇଛି । କିଛି ଲୋକ ରାସ୍ତାରେ ଯାତାୟତ କରୁଥିବା ନଜର ଆସୁଛନ୍ତି ।

କରୋନା କଟକଣା ଯୋଗୁ ସମସ୍ତ ପୂଜା ସ୍ଥଳରେ କଟକଣା ଜାରି ହୋଇଛି। ରାଜ୍ୟରେ ପୋଙ୍ଗଲ ପାଳନକୁ ମଧ୍ୟ ବାରଣ କରାଯାଇଥିଲା। ତେବେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଏକ ରୋସ୍ତୋରାଁର ମାଲିକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲକଡାଉନ୍ ଯୋଗୁ ବେପାର ଉପରେ ପ୍ରଭାବ ପଡୁଛି । ସେମାନଙ୍କୁ ପୋଲିସ ବାହାରକୁ ଆସିବାର କାରଣ ପଚରାଉଚରା କରୁଥିବା ଦେଖାଯାଇଛି ।

Get real time updates directly on you device, subscribe now.