fbpx

କରୋନା ପଜିଟିଭ ହୋଇଥିବା ପୁରୁଷମାନଙ୍କ ପାଇଁ ଆସିଲା ଖରାପ ଖବର ! ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଚୀନରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ମାମଲା ମଧ୍ୟରେ ଭାରତରେ ମଧ୍ୟ ଏହା ବ୍ୟାପିବାର ସମ୍ଭାବନା ରହିଛି । ଏହି ସମୟରେ ଆନ୍ଧ୍ରର ପାଟନା, ଦିଲ୍ଲୀ ଏବଂ ମଙ୍ଗଳାଗିରିର ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ, କୋଭିଡ -୧୯ ପୁରୁଷମାନଙ୍କ ସ୍ପର୍ମ କ୍ୱାଲିଟି ଉପରେ ପ୍ରଭାବ ପକାଉଛି ।

ଏହି ଅଧ୍ୟୟନ ସିମନ ବିଶ୍ଳେଷଣ ଏବଂ ସ୍ପର୍ମ କାଉଣ୍ଟ ପରୀକ୍ଷା ଉପରେ ଆଧାରିତ ଥିଲା । ପାଟନା ଏମ୍ସରେ କରୋନାର ଚିକିତ୍ସା କରୁଥିବା ୧୯ରୁ ୪୩ ବର୍ଷ ବସୟର ପାଖାପାଖି ୩୦ ପୁରୁଷଙ୍କ ଉପରେ ଅକ୍ଟୋବର ୨୦୨୦ ରୁ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ଏହି ଅଧ୍ୟୟନ କରାଯାଇଥିଲା ।

ପ୍ରଥମ ପରୀକ୍ଷା କରୋନା ସଂକ୍ରମଣ ପରେ ତୁରନ୍ତ କରାଯାଇଥିଲା ଏବଂ ଦ୍ୱିତୀୟ ପରୀକ୍ଷା ଦୁଇରୁ ତିନିମାସ ସଂକ୍ରମଣ ପରେ କରାଯାଇଥିଲା, ଯେଉଁଥିରେ ସମସ୍ତ ରୋଗୀଙ୍କ ସିମନ ସଂଗ୍ରହ କରାଯାଇଥିଲା । ପ୍ରଥମ ନମୁନାରେ, ଏହି ସମସ୍ତ ରୋଗୀଙ୍କ ବୀଜାଣୁ ଗୁଣ ଅତ୍ୟନ୍ତ ଖରାପ ହୋଇଥିବାବେଳେ ଦ୍ୱିତୀୟ ନମୁନା ସଂଗ୍ରହର ଫଳାଫଳ ଆହୁରି ଖରାପ ଥିଲା ।

ଅଧ୍ୟୟନରୁ ଜଣାପଡିଛି ଯେ ୧୦ ସପ୍ତାହ ପରେ ମଧ୍ୟ ୩୦ ରୁ ୪୦ ପ୍ରତିଶତ ପୁରୁଷଙ୍କର ସ୍ପର୍ମ କାଉଣ୍ଟ କମ୍ ଥିଲା । ଏଥି ସହିତ ୪୦ ପ୍ରତିଶତ ପୁରୁଷଙ୍କ ମଧ୍ୟରୁ ୧୦ ସପ୍ତାହ ପରେ ମଧ୍ୟ ୧୦ ପ୍ରତିଶତ ପୁରୁଷଙ୍କଠାରେ ଏହି ସମସ୍ୟା ଦେଖିବାକୁ ମିଳିଥିଲା । ପ୍ରଥମ ନମୁନା ସଂଗ୍ରହ ସମୟରେ ପାଟଣାର ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୩୩ ପ୍ରତିଶତ ରୋଗୀଙ୍କ ମଧ୍ୟରେ ବୀଜାଣୁର ପରିମାଣ ସ୍ୱାଭାବିକଠାରୁ କମ୍ ଥିବା ଜଣାପଡିଛି ।

Get real time updates directly on you device, subscribe now.