fbpx
BSKY
BJD SHG SKY
BJD YOUTH SKY

ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ବନ୍ଧାହେଲେ ବରିଷ୍ଠ କିରାଣୀ

ବଲାଙ୍ଗୀର. ୧୧ ।୧: ଭିଜିଲାନ୍ସ ଜାଲରେ ତହସିଲ କାର୍ଯ୍ୟାଳୟର ରେକର୍ଡ କିପର । ବଲାଙ୍ଗିର ମୁରିବାହାଲ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ରେକର୍ଡ କିପର ଅସିତ ଯୋଶୀଙ୍କୁ ଧରିଲା ଭିଜିଲାନ୍ସ । ୨୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ଅସିତ । ଜମାପଟା କରାଇ ଦେବାକୁ ୨୮୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଅସିତ ।

ତେବେ ମୁରିବାହାଲ ଥାନା ଅନ୍ତର୍ଗତ ଲିମାପଡ଼ା ଗାଁର ଥବୀର ସାହୁଙ୍କଠାରୁ ଜମାପଟା କରାଇ ଦେବାକୁ ୨୮୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଅସିତ । ଏହାପରେ ଥବୀର ସାହୁ ଏସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ । ଅଭିଯୋଗକାରୀଙ୍କଠାରୁ ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଟିମ୍ ଅସିତ କୁମାର ଯୋଶୀଙ୍କୁ ଗିରଫ କରିଥିଲେ ।

Get real time updates directly on you device, subscribe now.