fbpx
BJD
BJD SKY
BJD SKY

ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକୀଙ୍କ ଇସ୍ତଫା: ୪୮ ବର୍ଷ ପର୍ଯ୍ୟନ୍ତ ହାତ ସହ ରହିଥିଲେ, ଏବେ ପଦ୍ମ ଧରିଲେ

BJD

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ହେବ । ଏଥିସହିତ ଚଳିତ ବର୍ଷ କିଛି ରାଜ୍ୟରେ ବିଧାସଭା ନିର୍ବାଚନ ସହିତ ଚଳିତ ମାସରେ ରାଜ୍ୟସଭା ନିର୍ବାଚନ ହେବ । ଦେଶର ୧୫ଟି ରାଜ୍ୟରେ ୫୬ଟି ରାଜ୍ୟସଭା ଆସନ ଖାଲି ରହିଥିବା ବେଳେ ସେନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ଦଳ ସହ ୪୮ ବର୍ଷ ରହିବା ପରେ ଜଣେ ବରିଷ୍ଠ କଂଗ୍ରେସ ନେତା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଏହା ଫଳରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା । କଂଗ୍ରେସର ଷ୍ଟାର ଲିଡର ବାବା ସିଦ୍ଦିକୀ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ସୂଚନା ଦେଇଛନ୍ତି । ଏହି ଅବସରରେ ସେ ଦୀର୍ଘବର୍ଷର ଯାତ୍ରା ପାଇଁ ଦଳକୁ ଧନ୍ୟବାଦ ଦେଇଛନ୍ତି ।

ତେବେ ସଦ୍ଦିକୀଙ୍କ ଇସ୍ତଫା ପରେ ମହାରାଷ୍ଟ୍ର କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା । କମ୍ ସମୟ ମଧ୍ୟରେ ଦଳର ଦୁଇଜଣ ବଡ଼ ନେତା ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ବିଲିନ୍ଦ ଦେୱରା ଦଳ ଛାଡ଼ିଥିଲେ । ପୂର୍ବତନ ବିଧାୟକ ସିଦ୍ଦିକୀ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ସାମିଲ ହେବା ନେଇ ନିକଟରେ ଚର୍ଚ୍ଚା ହେଉଥିଲା । ତେବେ କଂଗ୍ରେସ ଛାଡ଼ିବା ପରେ ସିଦ୍ଦିକୀ ବିଜେପିରେ ସାମିଲ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.