fbpx
BSKY SKY
BSKY SKY

ND TVରୁ ଇସ୍ତଫା ଦେଲେ ବରିଷ୍ଠ ସାମ୍ବାଦିକ ଶ୍ରୀନିବାସନ ଜୈନ: ପୂର୍ବରୁ ଛାଡ଼ିଥିଲେ ରବିଶ କୁମାର

BSKY

ନୂଆଦିଲ୍ଲୀ: ଏନଡି ଟିଭିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ଶ୍ରୀନିବାସନ ଜୈନ । ଶ୍ରୀନିବାସନ ଗତ ୧୯୯୫ରୁ ଏନଡି ଟିଭି ଗ୍ରୁପ ସହିତ କାର୍ଯ୍ୟ କରୁଥିଲେ । ପାଖାପାଖି ତିନି ଦଶନ୍ଧି ଧରି କାର୍ଯ୍ୟ କରିବା ପରେ ଏହି ଜାତୀୟ ନ୍ୟୁଜ୍ ଚ୍ୟାନେଲର ହାତ ଛାଡ଼ିଛନ୍ତି ଶ୍ରୀନିବାସନ । ତେବେ ଏହା ପୂର୍ବରୁ ଗତ ବର୍ଷ ନଭେମ୍ବର ମାସରେ ବରିଷ୍ଠ ସାମ୍ବାଦିକ ରବିଶ କୁମାର ଏହି ସଂସ୍ଥାରୁ ମଧ୍ୟ ଇସ୍ତଫା ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ନଭେମ୍ବର ମାସରେ ଅଦାନୀ ଗ୍ରୁପ ହାତକୁ ଏନଡି ଟିଭି ଚାଲିଯିବା ପରେ ଜଣଙ୍କ ପରେ ଜଣେ ବରିଷ୍ଠ ସାମ୍ବାଦିକ ଏହି ଜାତୀୟ ନ୍ୟୁଜ୍ ଚ୍ୟାନେଲରୁ ଓହରି ଯାଇଥିଲେ । ନିକଟରେ ଅଦାନୀ ଗ୍ରୁପ ବିରୋଧରେ ବେଆଇନ୍ ଅର୍ଥ କାରବାର ମାମଲା ଆମେରିକା ସ୍ଥିତ ହିଷ୍ଟେନବର୍ଗ ରିସର୍ଚ୍ଚ ପକ୍ଷରୁ ଅଣାଯାଇଥିଲା । ଏହାପରେ ଜୈନ ନିଜର ଅଫିସିଆଲ ଟ୍ୱିଟର ପେଜରେ ଇସ୍ତଫା ଘୋଷଣା କରିଥିଲେ ।

ଏନଡି ଟିଭିର ଜଣେ ଜଣାଶୁଣା ସାମ୍ବାଦିକ ଥିଲେ ଶ୍ରୀନିବାସନ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ଏନଡି ଟିଭିର ଅନେକ ଲୋକପ୍ରିୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ତାଙ୍କର କ୍ୟାରିୟର ମଧ୍ୟରେ ସେ ସାମ୍ବାଦିକ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଗତ ବର୍ଷ ଡିସେମ୍ବର ମାସରେ ଏନଡି ଟିଭିରୁ ପ୍ରଣୟ ରୟ ଓ ରାଧିକା ରୟ ମଧ୍ୟ ଇସ୍ତଫା ଦେଇଥିଲେ ।

Get real time updates directly on you device, subscribe now.