fbpx

ଏକ୍ସପର୍ଟଙ୍କ ଖୁଲାସା: ଶରୀରର ଏହି ସ୍ଥାନରେ ଭାତୁଡି ହେବା ବିପଜ୍ଜନକ

ଶରୀର ଏବଂ ମୁହଁରେ ଭାତୁଡି କିମ୍ବା କଲାଜାଇ ହେବା ଏକ ସାଧାରଣ କଥା । ଏହି କଳାଜାଇ କାରଣରୁ ଅନେକ ଲୋକଙ୍କ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇଥାଏ । ଏଥିସହିତ ଏହା କିଛି ଲୋକଙ୍କ ପାଇଁ ସମସ୍ୟାର କାରଣ ମଧ୍ୟ ହୋଇଥାଏ । ତେବେ କଳାଜାଇ, କିମ୍ବା ଭାତୁଡିକୁ ହଟାଇବା ପାଇଁ ଆପଣ ଯଦି କୌଣସି ଘରୋଇ ଉପାୟ ଆପଣାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ । ଏଥିସହିତ ଶରୀରରେ ଅନେକ ରୋଗ ମଧ୍ୟ ସୃଷ୍ଟି କରିଥାଏ । ତେବେ ଏହାକୁ ନେଇ ଏକ୍ସପର୍ଟମାନେ ମଧ୍ୟ ମତ ଦେଇଛନ୍ତି ।

ତେବେ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, କଳାଜୀଇ କିମ୍ବା ଭାତୁଡି ହେଉଛି ଏକ ପ୍ରକାର ଚର୍ମ ସଂକ୍ରମଣ । ଯାହାକି ମୁଁହ ବ୍ୟତୀତ ଶରୀରର ଯେକୌଣସି ଅଙ୍ଗରେ ହୋଇପାରେ । କିନ୍ତୁ ଏହାକୁ ହଟାଇବା ପାଇଁ ବାରମ୍ବାର ସ୍ପର୍ଶ କରିବା ବିପଦର କାରଣ ହୋଇପାରେ । କାରଣ ମୁହଁ ଏବଂ ଶରୀରରେ ହେଉଥିବା କଳାଜାଇ କିମ୍ବା ଭାତୁଡି ପାଇଁ ଏକ ସ୍ୱତନ୍ତ୍ର ଜୀବାଣୁ ଦାୟୀ ହୋଇଥାଏ । ଯାହାର ନାମ ହେଉଛି ହ୍ୟୁମାନ ପେପିଲୋମା ଭାଇରସ୍ । ଏହାକୁ ବାରମ୍ବାର ସ୍ପର୍ଶ କରିବା ଦ୍ୱାରା ଏହା ସଂକ୍ରମିତ ହୋଇଥାଏ । ଯାହାକି ପରବର୍ତ୍ତି ମୂହୁର୍ତ୍ତରେ କ୍ୟାନ୍ସର ପରି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ଖାସ କରି ଏହା ପୁରୁଷମାନଙ୍କ କ୍ଷେତ୍ରରେ ଅଧିକ ଦେଖାଦେଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ପୁରୁଷମାନଙ୍କ ମୁଁହରେ ହୋଇଥିବା କଳାଜାଇ କିମ୍ବା ଭାତୁଡିକୁ ଦାଢି କାଟିବା ସମୟରେ ବାରମ୍ବାର ସ୍ପର୍ଶ କରିବାକୁ ପଡେ । ଯାହାଫଳରେ ଏହା ଅଧିକ ସଂକ୍ରମିତ ହୋଇଥାଏ । ଏଥିସହିତ ହ୍ୟୁମାନ ପେପିଲୋମା ଭାଇରସ୍ ଶରୀରରେ ପ୍ରବେଶ କରିଥାଏ । ଯାହାକି ପରବର୍ତ୍ତି ସମୟରେ ଅନେକ ସମସ୍ୟା ସୃଷ୍ଟି କରେ ।

ଭାତୁଡି କାରଣକୁ ହେଉଥିବାଲ ରୋଗ:

୧. କର୍କଟ: ଆମ ଶରୀରରେ କର୍କଟ ବ୍ୟାପିବା ପାଇଁ ହ୍ୟୁମାନ୍ ପାପିଲୋମା ଭାଇରସ୍ ଦାୟୀ ହୋଇଥାଏ । ଫଳରେ ଜଣେ ବ୍ୟକ୍ତିକୁ ଆନାଲ୍ କର୍କଟ, ଗର୍ଭାଶୟ କର୍କଟ ଏବଂ ଓରୋଫାର୍ଜିଙ୍ଗାଲ୍ କର୍କଟ ହେବାର ଆଶଙ୍କା ଅଧିକ ମାତ୍ରାରେ ରହିଥାଏ । ତେଣୁ ଶରୀରରେ ହୋଇଥିବା କଳାଜାଇକୁ ହଠାିବା ପାଇଁ କୌଣସି ଘରୋଇ ଉପାୟ ।ପଣାିବା ପରିବର୍ତ୍ତେ ଡାକ୍ତରଙ୍କ ସହ ପରାମର୍ଶ କରାଇବା ଉଚିତ୍ । ଏଥିସହିତ ଏହାକୁ ବାରମ୍ବାର ସ୍ପର୍ଶ କରିବା ଅନୁଚିତ୍ ହୋଇଥାଏ ।

୨. ଯନ୍ତ୍ରଣା: ସାଧାରଣତ ଭାତୁଡି ଅଧିକ ଯନ୍ତ୍ରଣା ଦିଏ ନାହିଁ । କିନ୍ତୁ ବେଳେବେଳେ ଚର୍ମର ଭିତର ଅଂଶରେ ଭାତୁଡି କିମ୍ବା କଳାଜାଇ ବଢିବାକୁ ଲାଗେ । ଯେଉଁ କାରଣରୁ ଶରୀରର ସେହି ଅଂଶର ଗତି ସମୟରେ ଯନ୍ତ୍ରଣା ଅନୁବ୭ୁତ ହୁଏ । ତେବେ ଏପରି କିଛି ଲକ୍ଷମ ପରିଲକ୍ଷିତ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରାଇ ନେବା ଆବଶ୍ୟକ । ଏତତ୍ ବ୍ୟତୀତ ନିଜେ ମଧ୍ୟ ଏଥିପ୍ରତି ସତର୍କ ରହିବା ନିତ୍ୟାନ୍ତ ଜରୁରୀ ।

ନିଜକୁ କିପରି ରକ୍ଷା କରିବେ?

ପୁରୁଷମାନେ ଦାଢି କାଟିବା ସମୟରେ ମୁହଁରେ ହୋଇଥିବା ଭାତୁଡି କିମ୍ବା କଳାଜାଇରେ ରେଜର୍ ଚଲାନ୍ତୁ ନାହିଁ ।
ଭାତୁଡିକୁ ଜବରଦସ୍ତ ହଟାଇବାକୁ ଚେଷ୍ଟା କରନ୍ତୁ ନାହିଁ ।
ଭାତୁଡି କିମ୍ବା କଳାଜାଇକୁ ହାତରେ ନଖାନ୍ତୁ ନାହିଁ ।
ଅନ୍ୟର ଭାତୁଡିକୁ ସ୍ପର୍ଶ କରନ୍ତୁ ନାହିଁ ।
ଅନ୍ୟର ପୋଷାକ, ଟାୱେଲ, ରେଜର, ନେଲ କଟର ଏବଂ ରୁମାଲ ବ୍ୟବହାର କରନ୍ତୁ ନାହିଁ ।
ହ୍ୟୁମାନ ପାପିଲୋମା ଭାଇରସରୁ ବର୍ତ୍ତିିବା ପାଇଁ ଟିକା ନେବା ଆବଶ୍ୟକ ।

Get real time updates directly on you device, subscribe now.