ବରିଷ୍ଠ ନେତାମାନଙ୍କୁ ନବୀନ ନିବାସକୁ ଡାକରା, ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
Breaking news: ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା
ଭୁବନେଶ୍ୱର: ନବୀନ ନିବାସକୁ ବରିଷ୍ଠ ନେତାମାନଙ୍କୁ ଡକାଯାଇଛି। ଏଠାରେ ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ସୂଚନାନୁଯାୟୀ, ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଅଛନ୍ତି।
ଏଥିସହ ପ୍ରତାପ ଦେବ ଓ ଅରୁଣ ସାହୁ, ସଞ୍ଜୟ ଦାସବର୍ମା ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ଦୁଇ ଦିନ ତଳେ ନବୀନ ପଟ୍ଟନାୟକ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହାପରେ ଏହି ବୈଠକକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଜାରି ରହିଛି।
ଏହି ଆଲୋଚନା ଏଥିପାଇଁ ହେଉଛି, କାରଣ ଯେଉଁଦିନ ଏହି ନିର୍ବାଚନ ହେଲା, ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା ହେବା କଥା। କିନ୍ତୁ ଏଥର କାର୍ଯ୍ୟକାରିଣୀ ତାଲିକା ଘୋଷଣା କରାଯାଇ ନାହିଁ। ସାର୍ବଜନୀନ କରାଯାଇ ନାହିଁ। ଏହାକୁ ନେଇ ଦଳ ଭିତରେ ଅନେକ ନେତାଙ୍କ ମଧ୍ୟରେ ଅସନ୍ତୋଷ ଏବଂ ଦ୍ୱନ୍ଦ୍ୱରେ ରହିଛନ୍ତି।
ରାଜ୍ୟକାର୍ଯ୍ୟକାରିଣୀରେ ୮୧ ଜଣ ସଦସ୍ୟ ରହିବେ। ଏହି ୮୧ ଜଣ କିଏ, କାହାକୁ ଚୟନ କରାଯିବ, କାହାକୁ ବାଦ ଦିଆଯିବ, ତାକୁ ନେଇ ମଧ୍ୟ ଆଲୋଚନା ଜାରି ରହିଛି। ଏହି ବୈଠକରେ ନବୀନ ପଟ୍ଟନାୟକ ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରିବେ ବୋଲି ଅନୁମାନ କରାଯାଉଛି।