fbpx

ସାମାନ୍ୟ ବୃଦ୍ଧି ସହ ବନ୍ଦ ହେଲା ସେନସେକ୍ସ

ମୁମ୍ବାଇ: କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହା ଦେଶର ଅର୍ଥନୀତିକୁ ଦୁର୍ବଳ କରିବାରେ ଲାଗିଛି । ଏହାରି ମଧ୍ୟରେ ଶୁକ୍ରବାର ଦିନ ସେୟାରେ ବଜାରରେ ସାମନ୍ୟ ବୃଦ୍ଧି ପାଇ ବନ୍ଦ ହୋଇଛି ସେନସେକ୍ସ । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସେନସେକ୍ସ ୧୪.୨୩ ପଏଣ୍ଟ ହାସଲ କରି ୩୮,୮୫୪,୫୫ ଏବଂ ନିଫ୍ଟି ୧୫.୨୦ ପଏଣ୍ଟ ହାସଲ କରି ୧୧,୪୬୪.୪୫ରେ ଶେଷ ହୋଇଛି । ସେନସେକ୍ସର ୧୦ଟି କମ୍ପାନୀକୁ ବାଦ୍ ଦେଇ ବାକି ସମସ୍ତ କମ୍ପାନୀ ୨୦ଟି ରେଡ ମାର୍କରେ ବନ୍ଦ ହୋଇଛି ।

ତେବେ ଶୁକ୍ରବାର ସକାଳେ ସେନସେକ୍ସ ୧୩୬.୯୩ ପଏଣ୍ଟ ସହ ତୀବ୍ରତାର ସହ ୩୮,୯୭୭,୨୫ ସ୍ତରରେ ଖୋଲିଥିଲା । ଗୁରୁବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାରରେ ଜୋରଦାର ବୃଦ୍ଧି ସହ ସେନସେକ୍ସ ୬୪୬ ପଏଣ୍ଟକୁ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । କିନ୍ତୁ ଶୁକ୍ରବାର ସର୍ବାଧିକ ୨.୮୩ ପ୍ରତିଶତ ବୃଦ୍ଧି ଏସବିଆଇରେ ଦେଖାଯାଇଛି । ଟେକ ମହିନ୍ଦ୍ରା, ଟିସିଏସ, ବଜାଜ ଫାଇନାନ୍ସ, କୋଟାକ ବ୍ୟାଙ୍କ, ଟାଇଟନ୍, ଏକ୍ସିସ୍ ବ୍ୟାଙ୍କ, ବଜାଜ ଅଟୋ ଓ ରିଲାଏନ୍ସ ବୃଦ୍ଧି ସହ ସବୁଜ ମାର୍କ ଉପରେ ବନ୍ଦ ହୋଇଛି । ସେହିପରି ଆଇସିଆଇସିଆଇ, ଓଏନଜିସି, ଏନଟିପିସି, ବଜାଜ ଫିନ୍, ଟାଟା ଷ୍ଟିଲ, ଏଲ ଆଣ୍ଡ ଟି, ସନଫାର୍ମା, ଏନଟିପିସି, ଏୟାରଟେଲ ଇତ୍ୟାଦି ଲାଲ୍ ମାର୍କ ସହ ବନ୍ଦ ହୋଇଛି ।

Get real time updates directly on you device, subscribe now.