fbpx

Sensory Neural Nerve Hearing Loss: ଏହି ରୋଗର ଶିକାର ହେଲେ ଆଲକା ୟାଗ୍ନିକ, ଜାଣନ୍ତୁ ଲକ୍ଷଣ ଏବଂ ଏହାର ଚିକିତ୍ସା

Advertisement

ନୂଆଦିଲ୍ଲୀ: ଭେଟେରାନ୍ ବଲିଉଡ ସିଙ୍ଗର ଆଲକା ୟାଗ୍ନିକ ସିନେ ଜଗତକୁ ଅନେକ ହିଟ ଗୀତ ଭେଟି ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସ୍ନାୟୁ ଜନିତ ଏକ ବିରଳ ରୋଗର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି ଆଲକା । ଏକ ମେଡିକାଲ ଟେଷ୍ଟରୁ ଜଣାଯାଇଛି ଯେ, ଆଲକା ବର୍ତ୍ତମାନ ଏକ ବିରଳ ରୋଗରେ ପୀଡ଼ିତ ହୋଇ ନିଜ ଶ୍ରବଣ ଶକ୍ତି ହରାଇଛନ୍ତି । ସୋସିଆଲ ମିଡିଆରେ ଆଲକା ପୋଷ୍ଟ କରି କହିଛନ୍ତି ଯେ, କିଛି ସପ୍ତାହ ପୂର୍ବରୁ ଏକ ଫ୍ଲାଇଟରୁ ଓହ୍ଲାଇବା ପରେ ଅଚାନକ ତାଙ୍କୁ କିଛି ଶୁଭି ନଥିଲା । ଏହି ସମସ୍ୟା ତାଙ୍କୁ ବ୍ୟଥିତ କରି ଦେଇଛି । ଏହାପରେ ମଧ୍ୟ ସେ ଏହି ବ୍ୟାଧିକୁ ସାମନା କରିବା ପାଇଁ ପ୍ରସ୍ତୁତ ଥିଲେ । ତେଣୁ ହାଇ ଭଲ୍ୟୁମରେ ଗୀତ ଶୁଣିବା କିମ୍ବା ବହୁଳ ଭାବରେ ହେଡଫୋନ୍ ବ୍ୟବହାର ନ କରିବା ସହ ସତର୍କ ରହିବା ପାଇଁ ଫ୍ୟାନ୍ସମାନଙ୍କୁ ପରାମର୍ଶ ଦେଇଛନ୍ତି ଆଲକା । ତେବେ ଆସନ୍ତୁ ଜାଣିବା ଏହି ବିରଳ ରୋଗ ବିଷୟରେ ।

କର୍ଣ୍ଣ ଭିତରେ ବା କାନରୁ ମସ୍ତିଷ୍କକୁ ସଂଯୋଗ କରୁଥିବା ସ୍ନାୟୁ ନଷ୍ଟ ହୋଇଗଲେ ଏହି Sensory Neural Hearing Loss(SNHL) ଭଳି ରୋଗ ଆକ୍ରାନ୍ତ କରିଥାଏ । ଏହା ଗୋଟିଏ କିମ୍ବା ଉଭୟ କାନ ଉପରେ ପ୍ରଭାବ ପକାଇପାରେ । ଯୁବାବସ୍ଥା ସମୟରେ ପ୍ରାୟତଃ ୯୦% ଲୋକଙ୍କ ମଧ୍ୟରେ ଏହି ଶ୍ରବଣ ଶକ୍ତି ହ୍ରାସ ଦେଖିବାକୁ ମିଳିଥାଏ । ଏହା ମୁଖ୍ୟତଃ ଲାଉଡ ମ୍ୟୁଜିକ, ଜେନେଟିକ ଫ୍ୟାକ୍ଟର୍ସ କିମ୍ବା ବୟସ ଦୋଷ ଯୋଗୁଁ ଏହି ସମସ୍ୟା ଦେଖା ଦେଇପାରେ । ଆମର କର୍ଣ୍ଣ ଭିତରେ ଏକ ସ୍ପାଇରାଲ-ସେପ୍ ଅର୍ଗାନ ରହିଛି । ଏହାକୁ କକ୍ଲି ମଧ୍ୟ କୁହାଯାଏ, ଯେଉଁଥିରେ ଷ୍ଟେରିଓସିଲିଆ ଛୋଟ ଛୋଟ କେଶ ମଧ୍ୟ ରହିଥାଏ । ଏହା ସାଉଣ୍ଡ ଭାଇବ୍ରେସନକୁ ସିଗନାଲରେ ପରିବର୍ତ୍ତନ କରିଥାଏ । ତେବେ ୮୫ ଡେସିବେଲରୁ ଅଧିକ ଜୋର ଶବ୍ଦ ଏହି କକ୍ଲିକୁ ନଷ୍ଟ କରିପାରେ । କିନ୍ତୁ ଏଥିରେ ଆପଣଙ୍କୁ ଶ୍ରବଣ ଶକ୍ତି ହ୍ରାସ ହେବାର ଅନୁଭବ ହୋଇ ନ ପାରେ, କକ୍ଲିର ୩୦-୫୦ ପ୍ରତିଶତ ନଷ୍ଟ ହୋଇଗଲେ ଆପଣ ଏହି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ତେବେ ମିଲ୍ଡ ହିଅରିଙ୍ଗ ଲସ୍ ଅର୍ଥ ଜଣେ ବ୍ୟକ୍ତି ଏହି ରୋଗରେ ମାତ୍ର ୨୬-୪୦ ଡେସିବେଲରୁ ଅଧିକ ଶବ୍ଦ ଶୁଣିବାକୁ ଅସମର୍ଥ ହୋଇପାରନ୍ତି । ମଡରେଟ ହିଅରିଙ୍ଗ ଲସ୍ ସମସ୍ୟାରେ ପୀଡ଼ିତ ୪୧ ଡେସିବେଲରୁ ୫୫ ଡେସିବେଲ ମଧ୍ୟରେ ଶବ୍ଦକୁ ସହ୍ୟ କରିପାରିବେ । ତେବେ ସିଭିୟର ହିଅରିଙ୍ଗ ଲସ୍ ସମସ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ୭୧ ଡେସିବେଲରୁ ଅଧିକ ଭଲ୍ୟୁମ୍ ସହ୍ୟ କରିବା କଷ୍ଟକର ହୋଇଥାଏ । ତେବେ ଏହା ଯୋଗୁଁ ଜୀବନ ପ୍ରତି ବିପଦ ନଥାଏ, କିନ୍ତୁ ସଠିକ ଉପଚାର ନ ହେଲେ ଏହା ଶ୍ରବଣ ଶକ୍ତି ଉପରେ ପ୍ରଭାବ ପକାଇପାରେ ।

ଲକ୍ଷଣ: ଏହି ରୋଗର ପ୍ରମୁଖ ଲକ୍ଷଣ ହେଉଛି ଆଖପାଖରେ କୌଣସି କୋଳାହଳ ହେଉଥିଲେ, ପୀଡ଼ିତ ଅନ୍ୟ ଜଣଙ୍କ କଥା ଶୁଣିପାରନ୍ତି ନାହିଁ । ମୋବାଇଲ ଫୋନରେ କୌଣସି କଥା କିମ୍ବା ଉଚ୍ଚ ସ୍ୱରରେ ହେଉଥିବା ଶବ୍ଦ ବୁଝିବା କଷ୍ଟକର ହୋଇଥାଏ । ଏହାବ୍ୟତୀତ ଗୋଟିଏ କଥାର କିଛି ଅଂଶ ମଧ୍ୟ ଏମାନେ ବୁଝିବାରେ ଅସମର୍ଥ ହୋଇପାରନ୍ତି ।

ଚିକିତ୍ସା: ତେବେ ଏହି ରୋଗ ମୁଖ୍ୟତଃ କୌଣସି ଔଷଧ କିମ୍ବା ସର୍ଜରୀ ଦ୍ୱାରା ଚିକିତ୍ସା ହୋଇ ପାରିବ ନାହିଁ । ଏହାର ଏକମାତ୍ର ସମାଧାନ ହେଉଛି, ଶିକାର ହୋଇଥିବା ବ୍ୟକ୍ତି ଶୁଣିବା ଯନ୍ତ୍ର ଏବଂ କକ୍ଲିୟାର ଇମ୍ପ୍ଲାଣ୍ଟ ବ୍ୟବହାର କରିପାରିବେ । ଏହି ସମସ୍ୟା ପାଇଁ ଜିନ୍ ଥେରାପୀ ବର୍ତ୍ତମାନ ରିସର୍ଚ୍ଚର ଏକ ବିକଶମୁଖୀ ଚିକିତ୍ସା ପାଲଟିଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ବ୍ୟବହାର କରାଯାଇ ନାହିଁ ।

Get real time updates directly on you device, subscribe now.