fbpx

ପୃଥକ ବାଇକ ଦୁର୍ଘଟଣା: ୨ ମୃତ, ୪ ଗୁରୁତର

Advertisement

ରାୟଗଡ଼ା: ବଡ଼ ଧରଣର ପୃଥକ ବାଇକ୍ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି । ରାସ୍ତାରେ ଗଲା ବେଳେ ଦୁଇ ବାଇକ ମୁହାଁ ମୁହିଁ ହୋଇ ଏପରି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲାର ଚାନ୍ଦିଲି ଥାନା ଭୁଜବକ ଗାଁ ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ହୋଇ ଧକ୍କା ହୋଇଛନ୍ତି । ଜଣେ ବାଇକ୍ ଅରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କାଶୀପୁର ଥାନା ଯୋଡ଼ାଆମ୍ବରେ ୨ ବାଇକ୍ ମୁହାଁମୁହିଁ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.