fbpx

ରାଜଧାନୀରେ ସିରିଜ୍ ଦୁର୍ଘଟଣା: ୪ଟି କାର୍ ଓ ଗୋଟିଏ ବାଇକକୁ ଧକ୍କା ଦେଲା ଟ୍ରକ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଘଟିଯାଇଛି ଏକ ବଡ଼ ଘଟଣା । ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ସିରିଜ୍ ଦୁର୍ଘଟଣା । ୪ଟି କାର ଓ ଗୋଟିଏ ବାଇକକୁ ଧକ୍କା ଦେଇଥିଲା ଗୋଟିଏ ଟ୍ରକ୍ । ଫଳରେ ଘଟଣାସ୍ଥଳରେ କାର୍ ଚୁରମାର ହୋଇଯାଇଥିବା ବେଳେ ବାଇକଟି ମଧ୍ୟ ଭାଙ୍ଗି ଯାଇଛି । ଦୁର୍ଘଟଣା ସମୟରେ କାରରେ କିଛି ଲୋକ ଯାତ୍ରା କରୁଥିବାରୁ ଟ୍ରକ ଧକ୍କା ଦେବା ଫଳରେ ସେମାନେ କାର ଭିତରେ ଫଶି ରହିଥିଲେ । ଖବର ପାଇ ଘଟଣାସ୍ଥଳରେ କମିଶନରେଟ୍ ପୋଲିସ ପହଞ୍ଚି ବୁଝାସୁଝା କରିଥିଲା ।

ଆଜି ଅପରାହ୍ଣ ସମୟରେ ରାଜଧାନୀର ପଳ।।ୁଣି ଛକରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଜନତା ଓ ପୋଲିସ ସହାୟତାରେ ଆହତଙ୍କୁ କାର ଭିତରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାିଥିଲା । ଲୋକମାନେ ଜାତୀୟ ରାଜପଥକୁ ଅବରୋଧ କରି ରଖିଥିଲେ । ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ରାସ୍ତାରୁ ହଟାଇବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । ପ୍ରତିବାଦ କରୁଥିବା ଲୋକଙ୍କୁ ପୋଲିସ ବୁଝାସୁଝା କରିଥିଲା ।

Get real time updates directly on you device, subscribe now.