fbpx

ସେପ୍ଟେମ୍ବରରୁ ସ୍ଫୁଟନିକ୍ ଟିକା ଉତ୍ପାଦନ ଆରମ୍ଭ କରିବ ସେରମ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଦେଶରେ ଏପର୍ଯ୍ୟନ୍ତ ୩୮ କୋଟିରୁ ଅଧିକ ଡୋଜ ଦିଆସାରିଛି । ସେପଟେ ଋଷର ସ୍ଫୁଟନିକ୍-ଭି ଭାକ୍ସିନର ଉତ୍ପାଦନ ଭାରତରେ ଆରମ୍ଭ ହେବାକୁ ଯାଉଛି । ସୂଚନା ଅନୁଯାୟୀ ସେରମ ଇନଷ୍ଟିଚ୍ୟୁଟ୍ ସେପ୍ଟେମ୍ବରରୁ ଋଷ ଟିକା ସ୍ଫୁଟନିକ୍-ଭି ଭାକ୍ସିନର ଉତ୍ପାଦନ ଆରମ୍ଭ କରିବାକୁ ଯାଉଛି ।

ଦେଶରେ ବର୍ତ୍ତମାନ କୋଭାକ୍ସିନ ଏବଂ କୋଭିସିଲ୍ଡ ଟିକା ଦିଆଯାଉଛି । ସେପଟେ ଋଷ ଭାକ୍ସିନକୁ ଅନୁମତି ମିଳିବା ପରେ ଏବେ ଏହାର ଉତ୍ପାଦନକୁ ମଧ୍ୟ ଅନୁମତି ମିଳିଛି । ସେପ୍ଟେମ୍ବରରୁ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଏହାର ଉତ୍ପାଦନ ଆରମ୍ଭ କରିବାକୁ ଯାଉଛି । ଏହା ସହ ଅନ୍ୟ କିଛି କମ୍ପାନୀ ମଧ୍ୟ ଋଷ ଟିକା ଉତ୍ପାଦନ ପାଇଁ ପ୍ରସ୍ତୁତ ଥିବା ନେଇ କହିଛନ୍ତି ଋଷର ପ୍ରତ୍ୟେକ୍ଷ ବିନିଯୋଗ ପାଣ୍ଠିର ସିଇଓ କିରିଲ ଦିମିତ୍ରିଭ ।

ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ୩୮ କୋଟି ୧୪ ଲକ୍ଷ ୬୭ ହଜାର ୬୪୬ କରୋନା ଭାକ୍ସିନ ଡୋଜ ଦିଆଯାଇସାରିଛି । ସେହିଭଳି ୩୦ କୋଟି ୬୬ ଲକ୍ଷ ୧୨ ହଜାର ୭୮୧ ଲୋକଙ୍କୁ ଟିକାର ପ୍ରଥମ ଡୋଜ ଦିଆସରିଛି । ଏହାଛଡ଼ା ୭ କୋଟି ୪୮ ଲକ୍ଷ ୫୪ ହଜାର ୮୬୫ ଜଣ ଟିକାର ଉଭୟ ଡୋଜ ନେଇସାରିଛନ୍ତି ।

Get real time updates directly on you device, subscribe now.