fbpx

ତୃତୀୟ ଲହରକୁ ଅଟକାଇବା ଆମ ସମସ୍ତଙ୍କ ଦାୟିତ୍ୱ: ମୋଦୀ

ନୂଆଦିଲ୍ଲୀ: କରୋନାର ତୃତୀୟ ଲହର ଜୁଲାଇରୁ ଆରମ୍ଭ ହୋଇସାରିଛି । ୧୫ ମାସରୁ ଅଧିକ ସମୟ ଧରି କରୋନା ସଂକ୍ରମଣ ଓ ମୃତ୍ୟୁ ସମ୍ପର୍କରେ ବିଶ୍ଲେଷଣ କରୁଥିବା ହାଇଦ୍ରାବାଦର ଜଣେ ବରିଷ୍ଠ ଗବେଷକ ଏଭଳି ମତ ଦେଇଛନ୍ତି । ଦେଶେର ଖୁବଶୀଘ୍ର ତୃତୀୟ ଲହର ଆସିଯିବ । କିନ୍ତୁ ଦେଶର ବିଭିନ୍ନ ଅଂଶରେ ଉଭୟ ସରକାର ଓ ସାଧାରଣ ଲୋକ କରୋନାକୁ ଯେଉଁଭଳି ବେପରୁଆ ଢଙ୍ଗରେ ମୁକାବିଲା କରୁଛନ୍ତି ଏବଂ ନିୟମାବଳୀ ଉଲ୍ଲଙ୍ଘନ ହେଉଛି ତାହା ନିଶ୍ଚିତ ଚିନ୍ତାଜନକ ବୋଲି ଆଇଏମଏ ମଧ୍ୟ ସତର୍କ କରାଇଛି । ତେବେ ଏହାରି ଭିତରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ କେରାନାର ତୃତୀୟ ଲହରକୁ ଅଟକାଇବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଦେଶବାସୀଙ୍କୁ କହିଛନ୍ତି । ମ୍ୟୁଟେସନ ପରେ ଏହା କେତେ ଭୟଙ୍କର ହେବ ତାହାର ଅଧ୍ୟୟନ କରୁଛନ୍ତି ବିଶେଷଜ୍ଞ ।

ମୋଦୀ ଆହୁରି କହିଛନ୍ତି ଯେ କରୋନା ଯୋଗୁଁ ପର୍ଯ୍ୟଟନ କ୍ଷେତ୍ର ଓ ବ୍ୟବସାୟ ବହୁତ ପ୍ରଭାବିତ ହୋଇଛି କିନ୍ତୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଟିକା ମୁକ୍ତ ଅଭିଯାନର ମଧ୍ୟ ସମାନ ଗୁରୁତ୍ୱ ରହିଛି । ଥାର୍ଡ ୱେଭର ମୁକାବିଲା କରିବା ପାଇଁ ଆମକୁ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ । ଚିକିତ୍ସା ସହ ଜଡ଼ିତ ଭିତ୍ତିଭୂମିର ଉନ୍ନତି କରାଯିବ, ଏଥିପାଇଁ ନିକଟରେ କ୍ୟାବିନେଟ ମଧ୍ୟ ୨୩ ହଜାର କୋଟି ଟଙ୍କାର ଏକ ନୂତନ ପ୍ୟାକେଜ୍ ଅନୁମୋଦନ କରିଛି । ଥାର୍ଡ ୱେଭ ଛୋଟ ଛୁଆମାନଙ୍କ ପାଇଁ ବିପଦ କୁହାଯାଉଥିବାବେଳେ ଶିଶୁ ଚିକିତ୍ସା ସମ୍ବନ୍ଧୀୟ ଭିତ୍ତିଭୂମି ନିର୍ମାଣ ପାଇଁ ଆମକୁ ଶୀଘ୍ର କାର୍ଯ୍ୟ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସୂଚନା ଥାଉକି, ପିଏମ କେୟାର ମାଧ୍ୟମରେ ଦେଶେର ଶତାଧିକ ନୂତନ ଅମ୍ଳଜାନ କାରଖାନା ସ୍ଥାପନ କରାଯାଉଛି ।

Get real time updates directly on you device, subscribe now.