fbpx

ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରୁଥିଲେ ହୁଅନ୍ତୁ ସାବଧାନ୍, ଅନ୍ଧ ହେବା ସହ ମୃତ୍ୟୁର ସମ୍ଭାବନା!

କରୋନା କାଳରେ ସମସ୍ତଙ୍କ ପାଇଁ ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି । ହ୍ୟାଣ୍ଡ ସାନିଟାଇଜରକୁ ବାରମ୍ବାର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ସଂକ୍ରମଣରୁ ରକ୍ଷା କରିବାରେ ଏହା ପ୍ରଭାବଶାଳୀ ବୋଲି କୁହାଯାଉଛି, କିନ୍ତୁ ଅତ୍ୟଧିକ ବ୍ୟବହାର ଯୋଗୁଁ ଏହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

କରୋନା ମୁକାବିଲା ପାଇଁ ହ୍ୟାଣ୍ଡ ସାନିଟାଇଜରର ଅତ୍ୟଧିକ ବ୍ୟବହାର ଯୋଗୁଁ ଚର୍ମ ରୋଗ ହୋଇପାରେ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି । ଏହାର ବହୁତ ଗମ୍ଭୀର ସାଇଡ୍ ଇଫେକ୍ଟ ହୋଇପାରେ । ବହୁଳ ବ୍ୟବହାର ଯୋଗୁଁ ଅନ୍ଧ ହେବା ସହ ଜୀବନ ମଧ୍ୟ ଯାଇପାରେ ବୋଲି ଏକ ଅଧ୍ୟୟନରେ କୁହାଯାଇଛି । କିନ୍ତୁ କରୋନାର ମୁକାବିଲା ପାଇଁ ଏହାକୁ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯାଇପାରିବ ।

ଲୋକମାନେ କରୋନାରୁ ରକ୍ଷା ପାଇବା ପାଇଁ ହ୍ୟାଣ୍ଡ ସାନିଟାଇଜରର ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି । ଏଭଳି ପରିସ୍ଥିତିରେ ହ୍ୟାଣ୍ଡ ସାନିଟାଇଜରରେ ଥିବା କେମିକାଲରୁ ଲୋକମାନଙ୍କୁ ବିପରୀତ ରେଜଲ୍ଟ ମିଳିବାର ସମ୍ଭାବନା ବଢ଼ିଯାଇଛି । ଅନେକ ସାନିଟାଇଜରରେ କେମିକଲ୍ସ, ମିଥାନୋଲ ମିଶ୍ରିତ ହେଉଛି । ଯଦି ଏହା ହାତ ଦେଇ ଶରୀରରେ ପ୍ରବେଶ କରେ, ତେବେ ଅନ୍ଧ ହେବା ସହ ମୃତ୍ୟୁର ସମ୍ଭାବନା ରହିଛି । ଅନ୍ୟପଟେ ହ୍ୟାଣ୍ଡ ସାନିଟାଇଜର ପିଲାଙ୍କ ଉପରେ ଅଧିକ ଖରାପ ପ୍ରଭାବ ପକାଇଥାଏ ।

ଏଥିପାଇଁ ଡାକ୍ତରମାନେ କେବଳ ଜରୁରି ଥିବା ବେଳେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତି । କିନ୍ତୁ ଘରେ ଥିବା ବେଳେ ଏହାକୁ ବ୍ୟବହାର ନକରି ସାବୁନରେ ହାତ ଧୋଇବାକୁ ଡାକ୍ତରମାନେ କହିଛନ୍ତି । ଡାକ୍ତରଙ୍କ ମତରେ, ଯେଉଁଠାରେ ସାବୁନ ଏବଂ ପାଣି ଉପଲବ୍ଧ ଅଛି ସେଠାରେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରନ୍ତୁ ନାହିଁ । ଯଦି ଆବଶ୍ୟକ ଅଛି, ତେବେ ଅଳ୍ପ ପରିମାଣର ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.