fbpx

ସେରମକୁ ଟିକା ପ୍ରସ୍ତୁତି ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ ୪ ।୧: ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ କୋଭିସିଲ୍ଡ ଭ୍ୟାକ୍ସିନ ତିଆରି ପାଇଁ ଅନୁମତି ମିଳିଛି । କୋଭିସିଲ୍ଡ ଭ୍ୟାକ୍ସିନ ତିଆରି ପାଇଁ ସେରମକୁ ଅନୁମତି ଦେଇଛନ୍ତି ଡିସିଜିଆଇ । ବିକ୍ରି ଉଦ୍ଦେଶ୍ୟରେ ଟିକା ପ୍ରସ୍ତୁତି ପାଇଁ ସେରମକୁ ଅନୁମତି ମିଳିଛି ।

ଗତକାଲି କରୋନା ଟିକାକରଣକୁ ନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଡିସିଜିଆଇ ଏକ ବଡ଼ ଘୋଷଣା କରିଥିଲା । କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇ ଜରୁରୀ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରିଥିଲା । ପୂର୍ବରୁ ଏହି ଦୁଇ ଟିକାକୁ ବିଶେଷଜ୍ଞ କମିଟି ଅନୁମତି ପ୍ରଦାନ କରିଥିଲା ।

ତେବେ ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଦ୍ୱାରା ନିର୍ମିତ ସ୍ୱଦେଶୀ ଟିକାକୁ ଡିସିଜିଆଇ ଅନୁମତି ପ୍ରଦାନ କରିଛି । କୋଭିସିଲ୍ଡ ଓ କୋଭାକ୍ସିନ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଡିସିଜିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଟିକାର ଜରୁରୀ ବ୍ୟବହାର ପାଇଁ ଏସଇସି ତରଫରୁ କରାଯାଇଥିବା ସୁପାରିଶ ଅନୁମୋଦନ ଲାଭ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.