fbpx

ପ୍ରବଳ ବର୍ଷା ପରେ ତ୍ରିପୁରାରେ ଭୂସ୍ଖଳନ; ୭ ମୃତ

ନୂଆଦିଲ୍ଲୀ: ତ୍ରିପୁରାରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଗୋଟିଏ ପରିବାରର ୩ ଜଣ ଅଛନ୍ତି । ତ୍ରିପୁରାର ୩ରୁ ୪ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ତ୍ରିପୁରା ରାଜସ୍ୱ ବିଭାଗ ସଚିବ ବ୍ରିଜେଶ ପାଣ୍ଡେ କହିଛନ୍ତି ଯେ ଦକ୍ଷିଣ ତ୍ରିପୁରା ଜିଲ୍ଲାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଗୋମତୀ ଓ ଖୋୱାଇ ଜିଲ୍ଲାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

ଏହି ଜିଲ୍ଲାଗୁଡ଼ିକରେ ୨ ଜଣ ନିଖୋଜ ଥିବା ସୂଚନା ମିଳିଛି । ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ଦିଲ୍ଲୀରୁ ଫେରିବା ପରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ ଏବଂ ସାରା ରାଜ୍ୟରେ ବନ୍ୟା ପରିସ୍ଥିତି ବିଷୟରେ ଅବଗତ ହୋଇଥିଲେ ।

Get real time updates directly on you device, subscribe now.