fbpx
BSKY SKY
BSKY SKY

ପାଣି ସହ ଖେଳନ୍ତୁ ନାହିଁ: ଗଙ୍ଗାରେ ଲିଭିଗଲା ୭ଟି ଜୀବନ ଦୀପ

BSKY

ନୂଆଦିଲ୍ଲୀ: କୁହାଯାଏ ନିଆଁ କି ପାଣି ସହ କେବେ ବି ଖେଳନ୍ତୁ ନାହିଁ । ପ୍ରକୃତିର ଶକ୍ତି ଆଗରେ ମଣିଷ ନଗଣ୍ୟ । ତେବେ ଅନେକ ସମୟରେ ଅଳ୍ପ ବୟସର ପିଲାମାନେ ସାଙ୍ଗସାଥୀଙ୍କ ସହିତ ନଦୀ, ସମୁଦ୍ର ପାଣିରେ ମଜା ଉଠାଇଥାନ୍ତି । ସେମାନେ ଖୁସିର ବଶବର୍ତ୍ତୀ ହୋଇ ଅଧିକ ପାଣିକୁ ଚାଲି ଯାଇଥାନ୍ତି । ଫଳରେ ଗଭୀର ଜଳରାଶିରେ ସେମାନେ ନିଜକୁ ନିୟନ୍ତ୍ରଣ କରି ନପାରି ଶେଷରେ ଅକାଳରେ ନିଜର ଜୀବନ ହରାଇଥାନ୍ତି ।

ସୂଚନା ମୁତାବକ, ଆଜି ଗଙ୍ଗା ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ୩ ଜଣ ଯୁବକଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଛି । ୫ ଜଣ ସାଙ୍ଗ ସାଥୀ ହୋଇ ଗଙ୍ଗାକୁ ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା । ବିହାରର ପାଟନାରୁ ଏଭଳି ଏକ ଦୁଃଖଦ ଖବର ଆସିଛି । ମୋକାମା ନଗର ପରିଷଦ ଅଞ୍ଚଳର ମହାଦେବ ଗଙ୍ଗା ଘାଟରେ ଏହି ଘଟଣା ଘଟିଥିଲା ।

ଗାଧୋଉଥିବା ସମୟରେ ଅଚାନକ ଜଣେ ସାଙ୍ଗ ପାଣିରେ ବୁଡ଼ିଯିବାରୁ ଅନ୍ୟମାନେ ତାଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜିରେ ଲଗାଇ ଦେଇଥିଲେ । ଏହା ମଧ୍ୟରେ ୩ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କ ଜୀବନ ବଞ୍ଚିଯାଇଛି । ଗତ ୩ ଦିନ ମଧ୍ୟରେ ଗଙ୍ଗାରେ ବୁଡ଼ି ମୃତ୍ୟୁବରଣ କରିବା ଏହା ହେଉଛି ତୃତୀୟ ଘଟଣା । ଗତ ୨୮ ତାରିଖ ଦିନ ୫ ଜଣ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ୩ ଜଣଙ୍କ ଜୀବନ ଚାଲିଯାଇଥିଲା । ଏହା ପୂର୍ବରୁ ମଧ୍ୟ ଜଣେ ଯୁବକ ଗଭୀର ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିଲେ ।

Get real time updates directly on you device, subscribe now.