fbpx

ମୋଦୀଙ୍କ ୭ଟି ବ୍ରହ୍ମାସ୍ତ୍ର କ’ଣ: କେମିତି ଘାଇଲା ହୋଇଗଲେ AAP ଓ କଂଗ୍ରେସ, ଦିଲ୍ଲୀ ଓ ହିମାଚଳର ଯାଦୁ ଗୁଜରାଟରେ କାମ ଦେଲାନି କାହିଁକି?

ନୂଆଦିଲ୍ଲୀ: ସାରା ଦେଶରେ ଏବେ ରାଜନୈତିକ ବାତାବରଣ ଛାଇ ରହିଛି । ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ) ମୋଟ ୨୫୦ଟି ୱାର୍ଡ ମଧ୍ୟରୁ ୧୩୪ଟିରେ ଜିତି ବିଜେପିର ୧୫ ବର୍ଷର ଇତିହାସକୁ ଭାଙ୍ଗିବାରେ ସକ୍ଷମ ହେଲା । ସେହିପରି ହିମାଚଳ ପ୍ରଦେଶରେ ଶାସକ ବିଜେପିକୁ କ୍ଷମତାଚ୍ୟୁତ କରିବାରେ ସକ୍ଷମ ହୋଲା କଂଗ୍ରେସ । ତେବେ ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଆପ୍ ଓ କଂଗ୍ରେସର ଯାଦୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମମାଟି ଗୁଜରାଟରେ ଫିକା ପଡ଼ିଲା କାହିଁକି?

ଚଳିତ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ମୋଟ ୧୮୨ଟି ଆସନ ମଧ୍ୟରୁ ୧୫୬ଟିରେ ଜିତି ୨୭ ବର୍ଷର ଇତିହାସ ସହ ପୁଣି ନୂଆ ଇତିହାସ ଯୋଡ଼ିଛି । ଅନ୍ୟପକ୍ଷରେ ଆପ ୫ଟି ଓ କଂଗ୍ରେସ ୧୭ଟି ସିଟ ଅକ୍ତିଆର କରିଛନ୍ତି । ତେବେ ଗୁଜରାଟ ଦଖଲ ପଛରେ ଦଳୀୟ କର୍ମକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ କରିଥିବା ବେଳେ ମୋଦୀଙ୍କର ସ୍ପେଶାଲ ରଣନୀତି ରହିଥିଲା । ଗତ ନଭେମ୍ବର ମାସ ୬ ତାରିଖରେ ମୋଦୀ ରାଜ୍ୟରେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ । ଦିଲ୍ଲୀ, ପଞ୍ଜାବ ପରି ଗୁଜରାଟରେ ଆପ ଶାନଦାର ପ୍ରଦର୍ଶନ କରିବ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ମୋଦୀଙ୍କ ମାତ୍ର ୨୭ ଦିନର ଯାତ୍ରା ସବୁକିଛି ବଦଳାଇ ଦେଇଥିଲା ।

ଗତ ୧୯୮୫ରେ କଂଗ୍ରେସ ଗୁଜରାଟରେ ୧୪୯ଟି ସିଟ୍ ଅକ୍ତିଆର କରିଥିଲା । କଂଗ୍ରେସର ସେଇ ପୁରୁଣା ରେକର୍ଡ ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । ତେବେ ଏବେ ବିଜେପି ୩୭ ବର୍ଷ ତଳର ଇତିହାସକୁ ଭାଙ୍ଗି ନୂଆ ଯୁଗ ଆରମ୍ଭ କରିଛି । ମୋଦୀ ମୋଟ ୩୯ଟି ରାଲି କରିଥିବା ବେଳେ ୨ଟି ବଡ଼ ରୋଡ଼ ଶୋ’ କରିଥିଲେ । ଉକ୍ତ ରାଲିଗୁଡ଼ିକ ବିଧାନସଭାର ୧୩୪ଟି ସିଟ୍ ଅକ୍ତିଆର କରିଥିଲା । ରୋଡ଼ ଶୋ’ ୧୭ଟି ଆସନ କଭର କରିଥିଲା, ଯାହାର ରେଜଲ୍ଟ ଏବେ ସାମ୍ନାରେ ।

ମୋଦୀଙ୍କ ୭ ବ୍ରହ୍ମାସ୍ତ୍ର କ’ଣ?

୧- ନିର୍ବାଚନ ପୂର୍ବରୁ ପୂରା ସରକାର ପରିବର୍ତ୍ତନ, ୨- ବଡ଼ ନେତାଙ୍କୁ ଟିକେଟ ଦିଆଗଲା ନାହିଁ, ୩- କଂଗ୍ରେସରୁ ଆସିଥିବା ବିଜୟୀ ପ୍ରାର୍ଥୀଙ୍କୁ ଟିକେଟ, ୪- ୨୦୧୭ରେ ହାରିଥିବା ସିଟରେ ଅଧିକ ପ୍ରଚାର, ୫- ପାଞ୍ଚ ଜଣ ମନ୍ତ୍ରୀଙ୍କ ଟିକେଟ କଟ, ୬- ବିଦ୍ରେୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ୭- ମୋଦୀଙ୍କ ଡାଇଲଗ୍ ‘ମେଁ ଗୁଜରାଟ କା ବେଟା ହୁଁ’ ।

ଗୋଟିଏ ପଟେ ଏମସିଡି ନିର୍ବାଚନରେ ବିଜେପି ପରାଜୟ ବରଣ କରିଥିଲା । ଅନ୍ୟପଟେ କ୍ଷମତା ପାଇଁ ଭୋକିଲା ଥିବା କଂଗ୍ରେସ ଓ ଆପ୍ ଗୁଜରାଟରେ ରଣହୁଙ୍କାର ଦେବା ଆରମ୍ଭ କରିଦେଇଥିଲେ । ନିଜ ଜନ୍ମମାଟି ଗୁଜରାଟରେ ଜିତିବା ପିଏମ ମୋଦୀଙ୍କ ପାଇଁ ବଡ଼ ସମ୍ମାନର ପ୍ରଶ୍ନ ଥିଲା । ତେଣୁ ମୋଦୀ ଏଥିପାଇଁ ୭ଟି ବ୍ରହ୍ମାସ୍ତ୍ର ଯୁଦ୍ଧ ମୈଦାନକୁ ନିକ୍ଷେପ କରିଥିଲେ, ଯାହାର ବିଧ୍ୱଂସୀ ତାଣ୍ଡବରେ ବିରୋଧୀ ସ୍ୱାହା ସ୍ୱାହା ହୋଇଯାଇଥିଲେ ।

Get real time updates directly on you device, subscribe now.