fbpx
BJD SKY
BJD SKY

ପୁଣି ହସ୍ପିଟାଲରେ ଅକ୍ସିଜେନର ଅଭାବ: ଗୋଟିଏ ସପ୍ତାହରେ ୭୪ ଜଣଙ୍କ ମୃତ୍ୟୁ

BJD

ନୂଆଦିଲ୍ଲୀ, ୧୪ା୫: ପୁଣି ଅକ୍ସିଜେନର ଅଭାବ ରୋଗୀଙ୍କର ମୃତ୍ୟୁର କାରଣ ସାଜିଛି । ଅକ୍ସିଜେନ ଅଭାବରୁ ଗୋଆରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଗୋଆ ମେଡିକାଲ କଲେଜ ହସ୍ପିଟାଲରେ ରାତି ୨ଟାରୁ ସକାଳ ୬ଟା ମଧ୍ୟରେ ୧୩ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ପୂର୍ବରୁ ଏହି ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଅନେକ ରୋଗୀ ମୃତ୍ୟୁବରଣ କରିସାରିଛନ୍ତି । ଏହି ହସ୍ପିଟାଲରେ ମଙ୍ଗଳବାର ୨୬, ବୁଧବାର ୨୦, ଗୁରୁବାର ୧୫ ଓ ଶୁକ୍ରବାର ଦିନ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ରେକର୍ଡ କରାଯାଇଛି ।

ତେବେ ରାଜ୍ୟ ସରକାର ଏହି ମେଡିକାଲ କଲେଜକୁ ଅକ୍ସିଜେନ ସପ୍ଲାଇ ନେଇ ଏକ କମିଟି ଗଠନ କରିଛନ୍ତି । ହସ୍ପିଟାଲକୁ ଯୋଗାଣ ହେଉଥିବା ସମସ୍ତ ଅକ୍ସିଜେନ ଉପରେ ନଜର ରଖିବା ସହ ଅକ୍ସିଜେନର ସମସ୍ୟା ବିଷୟରେ ଜଣାଇବାକୁ କମିଟିକୁ ଦାୟିତ୍ୱ ଦିଆଯାଇଛି । ତିନି ଦିନ ମଧ୍ୟରେ ଉକ୍ତ କମିଟି ରିପୋର୍ଟ ପ୍ରଦାନ କରିବ । ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ଅକ୍ସିଜେନର ଚାହିଦା ବଢ଼ିଯାଇଛି ।

Get real time updates directly on you device, subscribe now.