fbpx

ଉତ୍ତର କୋରିଆରେ ଉତ୍କଟ ଖାଦ୍ୟ ସଂକଟ; ମାନିଲେ କିମ୍

ନୂଆଦିଲ୍ଲୀ: ଏକ ପ୍ରମୁଖ ଶାସକ ଦଳର ବୈଠକ ଶେଷ ହେବା ପରେ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ ତାଙ୍କ ଦେଶରେ ଖାଦ୍ୟ ଅଭାବକୁ ସ୍ୱୀକାର କରିଛନ୍ତି। ଏହା ସହ ସେ ଦେଶର ଏଭଳି ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେ ସଂକଳ୍ପ କରିଛନ୍ତି । ଆମେରିକା ସହିତ ଏ ବିଷୟରେ ଆଲୋଚନା କରି ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ସେମାନେ ତାଙ୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଉତ୍ତର କୋରିଆ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଙ୍କ ସ୍ୱତନ୍ତ୍ର ପ୍ରତିନିଧି ସୁଙ୍ଗ କିମ୍ ବନ୍ଦ ହୋଇ ପଡିଥିବା ପରମାଣୁ କୂଟନୀତି ସମ୍ବନ୍ଧରେ ଚର୍ଚ୍ଚା କରିବାକୁ ଦକ୍ଷିଣ କୋରିଆ ପହଞ୍ଚିଥିଲେ । ଏହା ପୂର୍ବରୁ ଉତ୍ତର କୋରିଆର ଗଣମାଧ୍ୟମ ଆଗରେ କିମ୍ ଜୋଙ୍ଗ ନିଜର ବୟାନ ରଖିଥିଲେ । କିମ୍ ଜୋଙ୍ଗ୍ ଉନ୍ ଶାସକ ୱାର୍କର୍ସ ପାର୍ଟି କେନ୍ଦ୍ରୀୟ କମିଟିର ଚାରିଦିନିଆ ସର୍ବଦଳୀୟ ଦିବସ ବୈଠକରେ ଅଧ୍ୟକ୍ଷତା କରିଥିଲେ ।
ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ପରିଚାଳନା ତତା ଆମେରିକାର ନେତୃତ୍ୱାଧିନ ପ୍ରତିବନ୍ଧକ ଏବଂ କରୋନା ଭାଇରସ୍ ମହାମାରୀ ପରେ ଦେଶର ସୀମା ବନ୍ଦ ହେତୁ ଦେଶର ଅସୁବିଧାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବିଗିଡି ଯାଇଥିବା ଅର୍ଥନୀତିକୁ ପୁଣିଥରେ ସଠିକ୍ ଟ୍ରାକକୁ ଫେରାଇ ଆଣିବାକୁ ଉଦ୍ୟମ ଉପରେ ଆଲୋଚନା ପାଇଁ ବୈଠକ ଡକାଯାଇଥିଲା ।

କୋରିଆର ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି କି ବୈଠକ ଶେଷ ହେବା ପରେ କିମ୍ କେନ୍ଦ୍ରୀୟ କମିଟି ତରଫରୁ ଶପଥ ନେଇଛନ୍ତି ଯେ ବିପ୍ଲବ ପଥରେ ଦଳ ନିଶ୍ଚିତ ଭାବରେ ଅସୁବିଧାର ସମ୍ମୁଖୀନ ହେବ । ଏହା ପୁର୍ବରୁ କିମ୍ ତାଙ୍କ ସରକାରଙ୍କୁ ଆମେରିକା ସହ ଆଲୋଚନା ଓ ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏହା ସହ ଆମେରିକା ଉତ୍ତର କୋରିଆକୁ ଆଣବିକ ଅସ୍ତ୍ରଶସ୍ତ୍ର ଅଭିଳାଷ ଛାଡି ଆଲୋଚନାକୁ ଫେରିବାକୁ ଅନୁରୋଧ କରୁଛି ।

Get real time updates directly on you device, subscribe now.