fbpx

ଏଣିକି ଭେଣ୍ଟିଲେଟର୍ ଓ ଆଇସିୟୁ ଆବଶ୍ୟକ କରୁଥିବା ରୋଗୀଙ୍କୁ ଆଗୁଆ ଠାବ କରିବ ସଫ୍ଟୱେର୍, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ଏକ ନୁତନ ସଫ୍ଟୱେର୍ ପ୍ରସ୍ତୁତ କରିଛନ୍ତି । ଯାହା ମାଧ୍ୟମରେ ଭେଣ୍ଟିଲେଟର୍, ଜରୁରୀକାଳୀନ ସେବା ଏବଂ ଆଇସିୟୁ ଆବଶ୍ୟକ କରୁଥିବା ରୋଗୀ ମାନଙ୍କୁ ସହଜରେ ଠାବ କରାଯାଇପାରିବ । ପ୍ରସ୍ତୁତ ହୋଇଥିବା ଉକ୍ତ ସଫ୍ଟୱେର୍ ର ନାମ ହେଉଛି “କୋଭିଡ଼୍ ସିଭିୟରିଟି ସ୍କୋର୍” । ତେବେ ଏହି ସଫ୍ଟୱେର୍ ରେ ଏପରି ଏକ ଆଲଗୋରିଦିମ୍ ରହିଛି ଯାହା ସାହଯ୍ୟରେ କିଛି ମାନକକୁ ମପାଯାଇ ରୋଗୀଙ୍କୁ ଆଇସିୟୁ କିମ୍ବା ଭେଣ୍ଟିଲେଟର୍ ର ଆବଶ୍ୟକତା ଅଛି କି ନାହିଁ ତାହା ଜଣାଇପାରିବ । ଯାହା ଫଳରେ ଠିକ୍ ସମୟରେ ବା କୌଣସି ଆପାତକାଳୀନ ପରିସ୍ଥିତି ପଡିବା ପୂର୍ବରୁ ହିଁ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ହୋଇପାରିବ ।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ଏନେଇ କୁହାଯାଇଛି ଯେ, ଏହି ସଫ୍ଟୱେର୍ ସହାୟତାରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ହ୍ରାସ ହୋଇପାରିବ । ଯେଉଁ ମାନଙ୍କର କୌଣସି ଗମ୍ଭୀର ସ୍ୱାସ୍ଥ୍ୟାବସ୍ଥା ନଥିବ ସେହି ମାନଙ୍କୁ ଚିକିତ୍ସା କରିବାରେ ବି ସୁବିଧା ହୋଇପାରିବ । ଏଥିସହିତ ରେଫର୍ ହେଉଥିବା ରୋଗୀ ମାନଙ୍କ ସଂଖ୍ୟା ହ୍ରାସ ପାଇବ । କାରଣ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି ଯେ, ଯେଉଁ ମାନଙ୍କୁ ରୋଗୀଙ୍କୁ କୌଣସି ଭେଣ୍ଟିଲେଟର୍ କିମ୍ବା ଆଇସିୟୁର ଆବଶ୍ୟକତା ନଥାଇ ମଧ୍ୟ ଅନ୍ୟତ୍ର ରେଫର୍ କରି ଦିଆଯାଉଛି ।

ତେବେ ଏହି ସଫ୍ଟୱେର୍ ପ୍ରତ୍ୟେକ ରୋଗୀର ସ୍ଥିତିକୁ ପୂର୍ବ ନିର୍ଦ୍ଧାରିତ ପାରାମିଟର୍ ରେ ଆକଳନ କରିଥାଏ ଏବଂ କୋଭିଡ଼୍ ର ଗମ୍ଭୀରତାର ସ୍କୋର୍ ନିର୍ଣ୍ଣର୍ୟ କରିଥାଏ । ଏହି ଟେକ୍ନୋଲୋଜିକୁ ଏବେ କୋଲକାତା ଏବଂ ଆଖାପାଖ ଅଞ୍ଚଳରେ ଥିବା ତିନିଟି କମ୍ୟୁନିଟି କୋଭିଡ୍ କେୟାରେ୍ ସେଣ୍ଟରରେ ପ୍ରୟୋଗ କରାଯାଉଛି । ଏଥିରେ କୋଲକାତାର ବୈରକପୁରରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ସରକାରୀ କୋଭିଡ଼୍ କେନ୍ଦ୍ର ସାମିଲ୍ ରହିଛି ।

Get real time updates directly on you device, subscribe now.