fbpx

କରୋନା କାଳ ରେ ଅନଲାଇନରେ ଚାଲିଛି ଦେହ ବେପାର !

Advertisement

କରୋନା ଯୋଗୁଁ ସମସ୍ତଙ୍କ ଜୀବନଶୈଳୀ ବଦଳିଯାଇଛି । ଆର୍ଥିକ କ୍ଷେତ୍ରରେ ସମସ୍ୟା ଉପୁଜିବା ସହ ଲୋକେ ସାମାଜିକ ଦୂରତାକୁ ଧ୍ୟାନ ଦେଉଛନ୍ତି । ଏଥିପାଇଁ ବିଭିନ୍ନ ଅସୁବିଧାରେ ପଡିଛନ୍ତି ସେକ୍ସ ୱାର୍କର ବା ଦେହଜୀବୀ । କରୋନା ଭୟରେ ଲୋକମାନେ ଆଉ ସେମାନଙ୍କ ପାଖକୁ ଯାଉନାହାନ୍ତି । ଏନେଇ ପେଟ ପୋଷିବାକୁ ସେମାନେ ମଧ୍ୟ ଅନ୍ୟ ଉପାୟ ଆପଣେଛନ୍ତି । ଦେହଜୀବୀମାନେ ଭିଡିଓ କଲିଂ ଓ ଟେଲିଫୋନ୍ ମାଧ୍ୟମରେ ପୁଣି ନିଜ ଧନ୍ଦା ଆରମ୍ଭ କରିସାରିଲେଣି । ନିଜ ଗ୍ରାହମାନଙ୍କୁ ଅନଲାଇନରେ ଖୁସି କରାଇ ଇ-ୱାଲେଟ୍ ଜରିଆରେ ସେମାନେ ବେଶ ଟଙ୍କା କମାଇବାରେ ଲାଗିଛନ୍ତି ।
ବେଙ୍ଗାଲୁରୁରେ ଅନଲାଇନ୍ ଦେହ ବେପାର ଚାଲିଥିବା ଟାଇମ୍ସ ଅଫ୍ ଇଣ୍ଡିରେ ପ୍ରକାଶିତ ହୋଇଛି । ତେବେ ଗ୍ରାହକଙ୍କଠାରୁ ଏକ ଘଣ୍ଟା ଆଧାରରେ ଟଙ୍କା ନିଆଯାଏ ବୋଲି ଜଣାପଡିଛି ।

Get real time updates directly on you device, subscribe now.