SEX କଲାବେଳେ ସାବଧାନ, ନାବାଳକ ଦେଖିଲେ ହେବ କଠୋର ଦଣ୍ଡବିଧାନ, ଯିବାକୁ ପଡିବ ଜେଲ

ତିରୁଅନନ୍ତପୁରମ: କୌଣସି ନାବାଳକ ବା ନାବାଳିକା ସମ୍ମୁଖରେ କପଡା ଖୋଲିବା ଓ ଶାରୀରିକ ସମ୍ବନ୍ଧ ସ୍ଥାପନ କରିବାକୁ ଯୌନ ଉତ୍ପୀଡନ ଧରାଯିବ । କେରଳ ହାଇକୋର୍ଟ ନିକଟରେ ଏକ ମାମଲାରେ ଏମିତି କହିଛନ୍ତି । ତେଣୁ ଏପରି କାର୍ଯ୍ୟ ପାଇଁ ପକ୍ସୋ ଆକ୍ଟରେ ଦଣ୍ଡନୀୟ ଅପରାଧ । ମାମଲାରେ ଜଷ୍ଟିସ ବଦରୁଦ୍ଦୀନ ଅଭିଯୁକ୍ତ ତଥା ଆବେଦନକାରୀ ଫିସଲ ଖାନଙ୍କ ବିରୋଧରେ ପକ୍ସୋ ଅଧିନିୟମ ଅନ୍ତର୍ଗତ ମାମଲା ରଦ୍ଦ କରିବାକୁ ମନା କରିଦେଇଛନ୍ତି । ଅଭିଯୁକ୍ତ ଏକ ଛୋଟ ପିଲା ସମ୍ମୁଖରେ ତା ମା ସହ ସମ୍ବନ୍ଧ ସ୍ଥାପନ କରିଥିଲା ।

ଶୁଣାଣି କାଳରେ କୋର୍ଟ ଜାଣିବାକୁ ପାଇଥିଲେ କି, ଆବେଦନକାରୀ ଓ ପିଲାର ମା, ରୁମ ବନ୍ଦ ନ କରି ଯୌନ ସମ୍ପର୍କ ସ୍ଥାପନ କରିଥିଲେ, ପିଲାଟି ଏହା ଦେଖିବାରୁ ତାକୁ ଉଭୟ ମିଶି ମାଡ ମାରିଥିଲେ । ତେଣୁ ଏହା ପକ୍ସୋ ଆଇନ ଅନ୍ତର୍ଗତ ଆସୁଥିବା କୋର୍ଟ ଅନୁଭବ କରିଛନ୍ତି । ପକ୍ସୋର ଧାରା ୧୧(ଆଇ) ଅନୁଯାୟୀ ଶବ୍ଦ, ସଙ୍କେତ ବା ଶାରୀରିକ ପ୍ରଦର୍ଶନ ପିଲାକୁ ଯୌନ ଉତ୍ପୀଡନ ଅଟେ ।

ତେଣୁ କୋର୍ଟ ରାୟରେ କହିଛନ୍ତି କି, ଏହି ମାମଲାରେ ଅଭିଯୋଗ କି, ଅଭିଯୁକ୍ତମାନେ କୋଠରୀ ବନ୍ଦ ନ କରି ନଗ୍ନ ଅବସ୍ଥାରେ ଯୌନ ସମ୍ବନ୍ଧ ରଖିଥିଲେ ଓ ନାବାଳକକୁ କୋଠରୀକୁ ପ୍ରବେଶ କରିବାକୁ ଦେଲେ, ଯେମିତି ସେ ଏସବୁ ଦେଖିପାରିବ । ତେଣୁ ଏହି ମାମଲାରେ ଯାଚିକାକର୍ତ୍ତା ବିରୋଧରେ ପକ୍ସୋ ଧାରା ୧୧(ଆଇ) ସହ ୧୨ ଅନ୍ତର୍ଗତ ଦଣ୍ଡନୀୟ ଅପରାଧ ବିବେଚିତ ହେଉଛି ।

ତେବେ ଘଟଣାଟି ଏମିତି ଥିଲା, ୧୬ ବର୍ଷର ନାବାଳକର ମା ସହ ଯାଚିକାକର୍ତ୍ତାର ସମ୍ପର୍କ ଥିଲା । ତେଣୁ ନାବାଳକଙ୍କୁ ଜିନିଷ ଆଣିବା ବାହାନାରେ ଉଭୟ ଦୋକାନକୁ ପଠାଇ ଦେଇଥିଲେ । ସେ ସେଠାରୁ ଯିବ ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସ୍ଥାପନ ହୋଇଥିଲା । କିଛି ସମୟ ପରେ ପିଲାଟି ଘରକୁ ଫେରିଥିଲା । କବାଟ ବନ୍ଦ ନ ଥିବାରୁ ସେ ମାଆର ରୁମରେ ଉଭୟଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖିଥିଲା । ଏହା ଦେଖି ଅଭିଯୁକ୍ତ ପିଲାଟିର ଗଳା ଚାପିବା ସହ ଗାଲକୁ ମାଡ ମାରିଥିଲେ ।

କୋର୍ଟ ଏହି ମାମଲାକୁ ନାବାଳକ ଯୌନ ଉତ୍ପୀଡନ ମାମଲା କହିବା ସହ ଅଭିଯୁକ୍ତ ବିରୋଧରେ କଠୋର ଦଣ୍ଡବିଧାନ ହୋଇପାରି ବୋଲି କହିଛନ୍ତି ।

Get real time updates directly on you device, subscribe now.