fbpx

100 ଦିନର ସରକାରକୁ ପାଠ ପଢାଉଛନ୍ତି ନବୀନ : ସୁରେଶ ପୂଜାରୀ

100 ଦିନର ସରକାରକୁ ପାଠ ପଢାଉଛନ୍ତି ନବୀନ : ସୁରେଶ ପୂଜାରୀ

ଭୁବନେଶ୍ବର: ଭରତପୁର ଥାନାରେ ମେଜରଙ୍କ ସହିତ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ସହି ଦୁର୍ବ୍ୟବହାର ମାମଲା ଥମିବାର ନାଁ ଧରୁନି । ଏହାକୁ ନେଇ ଆଜି ମୁହାଁମୁହିଁ ହୋଇଛନ୍ତି ଶାସକ ଏବଂ ବିରୋଧୀ ଦଳ । ଏହି ମାମଲାରେ ଆଜି ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ନେଇ ମୁହଁ ଖୋଲିଥିବା ବେଳେ ତାଙ୍କୁ ପାଲଟା ଜବାବ ଦେଇଛନ୍ତି ଶାସକ ଦଳ ନେତା ସୁରେଶ ପୂଜାରୀ ।

ସେ କହିଛନ୍ତି, “ ଯେଉଁ ସମୟରେ ନବୀନ ବାବୁ ଥିଲେ ନିଜେ ରାଜ୍ ଧର୍ମ ପାଳନ କରି ନାହାନ୍ତି। କେଉଁଠି ବିଚାର ବିଭାଗୀୟ ତଦନ୍ତ ହୁଏ ବୋଧେ ନବୀନ ବାବୁ ଜାଣୁ ନାହାନ୍ତି । ଆଇନ ତା ବାଟରେ ଯାଉଛି । ତଦନ୍ତ ଚାଲିଛି ଦୋଷୀ ଯିଏ ବି ହେଉ ସେ ଦଣ୍ଡ ପାଇବ। ଶହେ ଦିନର ସରକାରକୁ ପାଠ ପଢ଼ାଇବା ଛାଡନ୍ତୁ । ମହିଳା ଉତ୍ପୀଡନ ଘଟଣାରେ ସରକାର କାହାକୁ ଛାଡ଼ିବେ ନାହିଁ, ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେତେ ବଡ ବ୍ୟକ୍ତି ହେଲେ ବି ଦୋଷୀ ସର୍ବଦା ଆମ ସରକାର ନିକଟରେ ଦୋଷୀ । ନବୀନ ପଟ୍ଟନାୟକଙ୍କ ଅମଳରେ ୨୪ ଟି ବିଚାର ବିଭାଗୀୟ ତଦନ୍ତ ହୋଇଛି । କିନ୍ତୁ ଗୋଟେ ବି ରିପୋର୍ଟ ପ୍ରକାଶ କରିନାହାନ୍ତି କାହିଁକି ?”

ପ୍ରକାଶଥାଉକି, ଆଜି ନବୀନ ପଟ୍ଟନାୟକ ପ୍ରେସମିଟ୍ କରି କହିଥିଲେ, ମେଜର ବାନ୍ଧବୀଙ୍କ ଘଟଣା ମୋତେ ଆଶ୍ଚର୍ଯ୍ୟ କରିଛି । ତାଙ୍କ ସହ ହୋଇଥିବା ଦୁର୍ବ୍ୟବହାର, ଅସଦାଚରଣ ମାମଲାରେ ତୁରନ୍ତ ବିଚାର ବିଭାଗୀୟ ତଦନ୍ତ କରାଯାଉ ।

Get real time updates directly on you device, subscribe now.