fbpx
BJD SKY
BJD SKY

T-Series ଏମଡି ଭୂଷଣ କୁମାରଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ

BJD

ନୂଆଦିଲ୍ଲୀ: ମ୍ୟୁଜିକ୍ କମ୍ପାନୀ ଟି-ସିରିଜର ଏମଡି ଭୂଷଣ କୁମାରଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆସିଛି । ଏକ ପ୍ରୋଜେକ୍ଟରେ କାମ ଦେବା ବାହାନାରେ ଭୂଷଣ ଜଣେ ଯୁବତୀଙ୍କୁ ଅଲଗା ଅଲଗା ଜାଗାରେ ୩ ବର୍ଷ ଧରି ଦୁଷ୍କର୍ମ କରିଆସୁଥିବା ପୋଲିସରେ ମାମଲା ଦାୟର ହୋଇଛି । ମୁମ୍ବାଇର ଡିଏନ ନଗର ପୋଲିସ ଷ୍ଟେସନରେ ଏହି ମାମଲା ଦାୟର କରାଯାଇଛି । ଏହାସହ ଏହି କଥା ପ୍ରଘଟ କଲେ ପରିସ୍ଥିତି ସାଂଘାତିକ ହେବ ବୋଲି ଭୂଷଣ ପୀଡ଼ିତା ଯୁବତୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ଜଣାପଡ଼ିଛି ଯେ, ଟି-ସିରିଜର ଏକ ପ୍ରୋଜେକ୍ଟରେ କାମ ଦେବା ବାହାନାରେ ଜଣେ ୩୦ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ଅଭିଯୋଗ ଆଧାରରେ ଭୂଷଣଙ୍କ ନାମରେ ଧାରା ୩୭୬, ୪୨୦, ୫୦୬ରେ ମାମଲା ଦାୟର କରାଯାଇଛି । କାମ ଦେବା ବାହାନାରେ ଗତ ୨୦୧୭ରୁ ୨୦୨୦ ମଧ୍ୟରେ ଉକ୍ତ ଯୁବତୀଙ୍କ ଯୌନ ଶୋଷଣ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ବର୍ତ୍ତମାନ ସୁଦ୍ଧ କାହାରିକୁ ଗିରଫ କରିନଥିବା ବେଳେ ମାମଲାର ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।

ବର୍ତ୍ତମାନ ଭୂଷଣ ମୁମ୍ବାଇରେ ନଥିବା ବେଳେ ପୂର୍ବରୁ ୨୦୧୮ରେ ଜଣେ ମହିଳା ମଧ୍ୟ ତାଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ତେବେ ଏହି ମାମଲାରେ ହସ୍ତକ୍ଷେପ କରି ଭୂଷଣ କରିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ମିଥ୍ୟା । ତାଙ୍କର ଛବିକୁ ଖରାପ କରିବା ପାଇଁ ଏପରି ଷଡ଼ଯନ୍ତ୍ର ରଚାଯାଇଛି । ଭୂଷଣଙ୍କ ପତ୍ନୀ ଦିବ୍ୟା ପତିଙ୍କୁ ସପୋର୍ଟ କରିବା ସହ ଟ୍ୱିଟ୍ କରିଛନ୍ତି ଯେ, ଟି-ସିରିଜ ଆଜି ଯେଉଁ ସ୍ଥାନରେ ପହଞ୍ଚିଛି, ତାହା ତାଙ୍କ ପତିଙ୍କର କଠିନ ପରିଶ୍ରମର ଫଳ । କିଛି ଲୋକ ସମାଜରୁ କୁକାର୍ଯ୍ୟ ଦୂର କରିବା ବାହାନାରେ ନିଜର ଫାଇଦା ଉଠାଉଥିବା ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଦିବ୍ୟା ବଲିଉଡରେ ବର୍ତ୍ତମାନରେ ସକ୍ରିୟ ରହିଛନ୍ତି । ଦମ୍ପତ୍ତିଙ୍କର ଏକ ପୁତ୍ର ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.