fbpx
BSKY
BJD SHG SKY
BJD MC SKY

Video: ସହିପାରିଲେନି ଜିମ୍ବାୱେ ବିପକ୍ଷରେ ପରାଜୟ, ଡ୍ରେସିଂ ରୁମରେ ଆଣ୍ଠୁମାଡ଼ି କାନ୍ଦିପକାଇଲେ ପାକିସ୍ତାନ ଉପଅଧିନାୟକ

ନୂଆଦିଲ୍ଲୀ: ଚାଲୁଥିବା ଟି-୨୦ ବିଶ୍ୱକପ୍‌ରେ ଲଗାତାର ଦୁଇଟି ମ୍ୟାଚ୍ ହାରିବା ପରେ ପାକିସ୍ତାନ୍‌ର ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇପଡ଼ିଛି। ଭାରତ ପରେ ଜିମ୍ବାୱେ ମଧ୍ୟ ପାକିସ୍ତାନକୁ ୧ ରନ୍‌ରେ ହରାଇ ଦେଇଥିଲା। ଯାହା ପରେ ପାକିସ୍ତାନୀ ଖେଳାଳିଙ୍କ ଚେହାରା ସମ୍ପୁର୍ଣ୍ଣ ମଉଳି ଯାଇଥିଲା। କାରଣ ଏବେ ପାକିସ୍ତାନର ସେମିଫାଇନାଲ ରାସ୍ତା କଠିନ ହୋଇଯାଇଛି। ତେବେ ଜିମ୍ବାୱେଠାରୁ ହାରିବା ପରେ ପାକିସ୍ତାନ ଦଳର ଉପଅଧିନାୟକଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାକୁ ପାକିସ୍ତାନର ପ୍ରଶଂଷକମାନଙ୍କୁ ଖୁବ୍ ଭାବପ୍ରବଣ କରି ଦେଇଛି।

ଏହି ଭିଡିଓରେ ଶଦାବ ଡ୍ରେସିଂ ରୁମ ନିକଟରେ ଆଣ୍ଠୁମାଡ଼ି କାନ୍ଦୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ପାକିସ୍ତାନ କ୍ରିକେଟ୍ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଯାଇଛି। ଏହି ମ୍ୟାଚରେ ଶାଦବ ଖାନ ଭଲ ବୋଲିଂ କରି ଚାରି ଓଭରରେ ମାତ୍ର ୨୩ ରନ୍ ପାଇଁ ତିନୋଟି ୱିକେଟ୍ ନେଇଥିଲେ କିନ୍ତୁ ଏହା ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇନଥିଲା।

 

View this post on Instagram

 

A post shared by DBTV Sports (@dbtvsports)

ତେବେ ଏହି ମ୍ୟାଚରେ ଶଦାବ ବ୍ୟାଟରେ ବିଶେଷ କିଛି କରିପାରିନଥିଲେ ଏବଂ ୧୪ ବଲରୁ ୧୭ ରନ କରି ଆଉଟ ହୋଇଯାଇଥିଲେ। ଏହି ମ୍ୟାଚରେ ଜିମ୍ବାୱେ ପାକିସ୍ତାନକୁ ବିଜୟଠାରୁ ମାତ୍ର ୧ ରନ୍ ସକ୍ଷମ ହୋଇଥିଲା। ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୧୩୦ ରନ ସଂଗ୍ରହ କରିପାରିଥିଲା, କିନ୍ତୁ ଏହାର ଜବାବରେ ପାକିସ୍ତାନୀ ଦଳ ୨୦ ଓଭରରେ ଆଠଟି ଉଇକେଟ ହରାଇ ୧୨୯ ରନରେ ଅଟକି ଯାଇଥିଲା।

Get real time updates directly on you device, subscribe now.