fbpx

ପାକିସ୍ତାନ ବିମାନକୁ ତାଲିବାନ ମଞ୍ଜୁରି, ଖୋଲୁଛି ଭିତିରି ସମ୍ପର୍କ

ଓଡ଼ିଶା ଭାସ୍କର ବ୍ୟୁରୋ: ପାକିସ୍ତାନ ହିଁ ସପୋର୍ଟ କରୁଛି ତାଲିବାନଙ୍କୁ । ଆଫଗାନିସ୍ତାନରେ ଆତଙ୍କର କାରଣ ତାଲିବାନ ଅପେକ୍ଷା ପାକିସ୍ତାନ ବେଶି । ଏଭଳି ଅଭିଯୋଗ ବିଶ୍ୱ ସ୍ତରରେ ହେଉଥିବାବେଳେ ତାହା ଏକ ପ୍ରକାର ପ୍ରମାଣିତ ହୋଇଯାଇଛି । କାରଣ ପାକ୍ ବିମାନକୁ ହିଁ ପ୍ରଥମେ ଅନୁମତି ଦେଇଛି ତାଲିବାନ । ଖାଲି ଏତିକି ନୁହେଁ, ପାକିସ୍ତାନ-ଇସ୍ଲାମବାଦରେ ଥିବା ମଦ୍ରାସାରେ ଉଡ଼ିଛି ତାଲିବାନୀ ପତାକା । ଅନ୍ୟପକ୍ଷରେ ଆତଙ୍କବାଦର ମୂଳ ବୋଲି କୁହାଯାଉଥିବା ପାକିସ୍ତାନ ସହ ଅଲକାଏଦା ଆତଙ୍କବାଦୀଙ୍କ ସୁସମ୍ପର୍କ ରହିଥିବା କୁହାଯାଉଛି । ଆଉ ଏହି ଅଲକାଏଦା ଆତଙ୍କବାଦୀ ସଂଗଠନ ତାଲିବାନକୁ ଶୁଭେଚ୍ଛା ଜଣାଇଛି ଆଫଗାନ୍ ଅକ୍ତିଆର କରିବା ପାଇଁ । ଫଳରେ ସବୁକିଛି ସ୍ପଷ୍ଟ ହେଉଛି, ତାଲିବାନ-ପାକ୍-ଆତଙ୍କବାଦୀ ମଧ୍ୟରେ ଥିବା ଯୋଗସୂତ୍ର ।

ପରିସ୍ଥିତି ଏମିତି ହୋଇଛି ଯେ ଆଫଗାନିସ୍ତାନକୁ ତାଲିବାନୀ ଅକ୍ତିଆର କରିବା ପରେ ଅଲକାଏଦା ଆତଙ୍କବାଦୀ ସଂଗଠନ ଶୁଭେଚ୍ଛା ଜଣାଇଛି । ଫଳରେ ବିଶ୍ୱରେ ଆତଙ୍କବାଦର ପଦ ସ୍ୱର ଆହୁରି ବଢ଼ିଲା ବୋଲି ବିଚାର କରାଯାଉଛି । ଆତଙ୍କୀ ସଂଗଠନ ଏକ୍ୟୁଆଇପି ପକ୍ଷରୁ ସୁନ୍ନି ସମୂହକୁ ସେମାନଙ୍କ ବିଜୟ ପାଇଁ ଶୁଭେଚ୍ଛା ଦିଆଯାଇଛି । ଖାଲି ଏତିକି ନୁହେଁ, ଅଲକାଏଦା ସହ ସମ୍ପୃକ୍ତ ଅନ୍ୟ ଆତଙ୍କୀ ସଂଗଠନ ମଧ୍ୟ ତାଲିବାନୀଙ୍କ ବିଜୟରେ ଉଲ୍ଲସିତ ହୋଇ ଖୁସି ମନାଉଛନ୍ତି । ପଶ୍ଚିମ ଚୀନରେ ଥିବା ତୁର୍କୀସ୍ତାନ ଇସ୍ଲାମିକ୍ ପାର୍ଟି (ଟିଆଇପି) ପକ୍ଷରୁ ମଧ୍ୟ ତାଲିବାନୀଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Get real time updates directly on you device, subscribe now.