fbpx

ଏହି ଦିନ ରିଲିଜ୍ ହେବ ଶାହାରୁଖ ଖାନଙ୍କ ‘କିଙ୍ଗ୍’, ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ସୁହାନା

ମୁମ୍ୱାଇ: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପାଇଁ ୨୦୨୩ ବର୍ଷ ଏକ ସ୍ୱପ୍ନ ଭଳି ଥିଲା । ଏହି ସମୟରେ ତାଙ୍କର ତିନୋଟି ସିନେମା ଗୋଟିଏ ପରେ ଗୋଟିଏ ହିଟ୍ ହୋଇଥିଲା । ପ୍ରଥମ ଦୁଇଟି ସିନେମା ‘ପଠାଣ’ ଓ ‘ଜବାନ’ ବ୍ଲକବଷ୍ଟର ହୋଇଥିଲା । ପରେ ଆସିଥିବା ‘ଡୁଙ୍କି’ ମଧ୍ୟ ବକ୍ସ ଅଫିସରେ ଅନେକ ନୋଟ୍ ଛାପିଥିଲା ।

ଶାହାରୁଖ ଖାନ ନିଜର ଆଗାମୀ ଫିଲ୍ମ ‘କିଙ୍ଗ’କୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଅଛନ୍ତି । ଅଗଷ୍ଟ ୨୦୨୪ରେ ସ୍ୱିଜରଲ୍ୟାଣ୍ଡରେ ଆୟୋଜିତ ‘ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ’ରେ ଯୋଗ ଦେବା ପରେ ଅଭିନେତା ନିଜେ ଏକ ସାକ୍ଷାତକାରରେ ଏହି ଫିଲ୍ମକୁ ନିଶ୍ଚିତ କରିଥିଲେ । ଏଥିସହିତ ଏହି ଫିଲ୍ମର ରିଲିଜ ଡେଟ ମଧ୍ୟ ଘୋଷଣା କରାଯାଇଛି ।

 

View this post on Instagram

 

A post shared by D’YAVOL X (@dyavol.x)

ସୂଚନା ଅନୁଯାୟୀ, ଶାହାରୁଖଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍’ର ରିଲିଜ୍ ଡେଟ୍ ଆସିଯାଇଛି । ଶାହାରୁଖଙ୍କ ଫିଲ୍ମ ‘କିଙ୍ଗ୍’ ୨୦୨୬ରେ ଇଦ୍ ଅବସରରେ ପ୍ରେକ୍ଷାଳୟକୁ ଆସିବ । ଫିଲ୍ମର ସୁଟିଂ ଜାନୁଆରୀ ୨୦୨୫ରୁ ଆରମ୍ଭ ହୋଇପାରେ । ତେବେ ଏହାର ରିଲିଜ୍ ତାରିଖ ଓ ସୁଟିଂ କେବେ ଆରମ୍ଭ ହେବ ସେ ନେଇ ନିର୍ମାତାଙ୍କ ପକ୍ଷରୁ କୌଣସି ବିବୃତି ଜାରି କରାଯାଇନାହିଁ ।

ଶାହାରୁଖଙ୍କ ପାଇଁ ଏହି ଫିଲ୍ମ ଆହୁରି ଖାସ୍ ହେବାକୁ ଯାଉଛି କାରଣ ଏଥିରେ ତାଙ୍କ ଝିଅ ସୁହାନା ଖାନ ମଧ୍ୟ ନଜର ଆସିବେ । ‘କିଙ୍ଗ୍’ରେ ସୁହାନାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଆପଣଙ୍କୁ କହିରଖୁଛୁ ଯେ ସୁହାନା ଏହା ଜରିଆରେ ଥିଏଟର ଡେବ୍ୟୁ କରିବେ । ଏହା ପୂର୍ବରୁ ସେ ନେଟଫ୍ଲିକ୍ସ ଫିଲ୍ମ ‘ଦ ଆର୍କିଜ୍’ରେ ନଜର ଆସିଥିଲେ । ଏଥିରେ କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା, ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଏବଂ ଅଭିନେତା ବେଦଙ୍ଗ ରାଇନା ମଧ୍ୟ ଅଭିନୟ କରିଥିଲେ ।

Get real time updates directly on you device, subscribe now.