fbpx

ଭାଇରାଲ ହେଉଛି ଶାହାରୁଖଙ୍କ ପୁରୁଣା ଦିନର ଫଟୋ, ଦେଖନ୍ତୁ କେମିତି ଦେଖାଯାଉଥିଲେ ଶାହାରୁଖ

ନୂଆଦିଲ୍ଲୀ: ଏକଦା ଥିଏଟରରୁ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ ଶାହରୁଖ ଖାନ ଏବଂ କଠିନ ପରିଶ୍ରମ ହେତୁ ଆଜି ବଲିଉଡର ସବୁଠାରୁ ପ୍ରସିଦ୍ଧ ତାରକା ଭାବରେ ପ୍ରତିଷ୍ଠିତ ହୋଇଛନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଶାହାରୁଖ ଖାନ ଥିଏଟରରେ କାମ କରୁଥିବା ସମୟର ଏକ ପୁରୁଣା ଫଟୋ ବିଷୟରେ କହିବାକୁ ଯାଉଛୁ ଯାହାକି ଏବେ ଭାଇରାଲ ହେଉଛି । ଏହି ଫଟୋଟି ହେଉଛି ଶାହାରୁଖ ଖାନଙ୍କ ଥିଏଟର ବେଳର ଯେଉଁଥିରେ ଶାହରୁଖ ଖାନଙ୍କ ବେଶ ପୋଷକ ଏକଦମ ସରଳ ଥିଲା ।

ଶାହରୁଖ ଖାନଙ୍କ ଏହି ପରୁଣା ଫଟୋ ସଞ୍ଜୟ କେ ରୟ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ସହ ସେୟାର କରିଛନ୍ତି। କଳା-ଧଳା ଏହି ଫଟୋରେ ଶାହରୁଖ ଖୁବ ପତଳା ଏବଂ ସରଳ ଦେଖାଯାଉଛନ୍ତି । ଏହି ଫଟୋ ଏକ ରେଳ ପ୍ଲାଟଫର୍ମର, ଯେଉଁଠାରେ ସେ ତାଙ୍କ ସାଙ୍ଗମାନଙ୍କ ସହିତ ଥିବାର ଦେଖାଯାଉଛି । ତେବେ ଶାହାରୁଖଙ୍କର ଏହି ପୁରୁଣା ଫଟୋକୁ ନେଇ ଏବେ ଫ୍ୟାନ ଏବଂ ସେଲିବ୍ରିଟିମାନେ ମଧ୍ୟ ତାଙ୍କର ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି ।

ଶାହରୁଖ ଖାନ ଥିଏଟରରୁ ଟିଭିରେ କାମ କରିବା ଆରମ୍ଭ କରିଥିଲେ । ତା’ପରେ ସେ ଫିଲ୍ମ ‘ଦିୱାନା’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ।
ବର୍ତ୍ତମାନ ଶାହରୁଖ ଖାନ ଫିଲ୍ମ ‘ପଠାନ’ ମାଧ୍ୟମରେ ଖୁବ ଶୀଘ୍ର ବଡ ପରଦାକୁ ଫେରିବାକୁ ଯାଉଛନ୍ତି ଏବଂ ଫିଲ୍ମକୁ ନେଇ ଦର୍ଶକ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି ।

Get real time updates directly on you device, subscribe now.