fbpx

କରୋନାକୁ ହରାଇଲେ କାଟ୍ରିନା, କହିଲେ କଣ ଜାଣନ୍ତୁ…

ଭୁବନେଶ୍ଵର(ଓଡ଼ିଶା ଭାସ୍କର): କାହାକୁ ଛାଡ଼ିନି କରୋନା। କଲବଲ କରିଛି ସମସ୍ତଙ୍କୁ। କି ଧନୀ କି ଗରିବ, ସମସ୍ତେ ଏହାର ସଂକ୍ରମଣରେ ଛଟପଟ ହୋଇଛନ୍ତି। ସେହିଭଳି ବଲିଉଡ୍‌ର ଟପ୍‌ ଅଭିନେତ୍ରୀ ଭିତରେ ଅନ୍ୟତମ କାଟ୍ରିନା କୈଫ୍‌ ମଧ୍ୟ କରୋନା କବଳରେ ହନ୍ତସନ୍ତ ହୋଇଛନ୍ତି। ତେବେ ସେଥିରୁ ସେ ମୁକ୍ତି ପାଇଗଲେଣି। ସୁସ୍ଥ ହୋଇ ନିଜ ଟ୍ରାକ୍‌କୁ ଫେରିଲେଣି। ଏପ୍ରିଲ୍‌ରୁ କରୋନା ଆକ୍ରାନ୍ତ ହୋଇଥିବା କ୍ୟାଟ୍ରିନା ପୁଣି ନିଜ ଫିଟ୍‌ନେସ୍‌ ପ୍ରତି ପୂରା ସଜାଗ ହେଲେଣି। ଏନେଇ ନିଜେ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି ସେ। ଆଉ କହିଛନ୍ତି ନିଜ ଦେହକୁ ଜଗିରଖି ଚଳିବା ଦରକାର।

ଶରୀର ହେଉଛି ଅମୂଲ୍ୟ ସମ୍ପଦ। ଏହାକୁ ଗୁରୁତ୍ଵ ଦେଇ ନିଜ ବଳ ଓ କ୍ଷମତା ପ୍ରତି ସଜାଗ ରହିବା ଦରକାର। ଏଭଳି ମର୍ମରେ କହିଛନ୍ତି କ୍ୟାଟ୍ରିନା। ୱାର୍କଆଉଟକୁ ଫେରିଥିବା ଜଣାଇବା ସହ ନିଜ ପୋଷ୍ଟରେ ମୂଲ୍ୟବାନ ମତ ଦେଇଛନ୍ତି। ଏହି ପୋଷ୍ଟକୁ ୟୁଜର୍ସ ଖୁବ୍‌ ପ୍ରଶଂସା କରୁଛନ୍ତି ଏବଂ ତାଙ୍କ ଫ୍ୟାନ୍ସ ବହୁତ ଖୁସି ଥିବା ଜଣାପଡ଼ିଛି। କ୍ୟାଟ୍ରିନା କହିଛନ୍ତି ଯେ ମହାମାରୀ କରୋନାରୁ ସୁସ୍ଥ ହେବା ଆଉ ପୁଣି ସାଧାରଣ ଜୀବନକୁ ଫେରିବା ପାଇଁ ମୋତେ ଖୁବ୍‌ ଧୈର୍ଯ୍ୟ ରଖିବାକୁ ପଡ଼ିଲା। ସତର୍କ ହେବାକୁ ହେଲା। ନିଜ ଆତ୍ମବିଶ୍ଵାସ ବଢ଼ାଇବା ସହ ରୋଗ ପ୍ରତିରୋଧକ ଶକ୍ତି ପ୍ରତି ଆସ୍ଥା ରଖିବା ଦରକାର ବୋଲି ମଧ୍ୟ ସେ ମତ ଦେଇଛନ୍ତି। କ୍ୟାଟ୍ରିନାଙ୍କ ଏହି ପୋଷ୍ଟରେ ଫ୍ୟାନ୍ସ ସମେତ ଅନେକ ସେଲିବ୍ରିଟି ପ୍ରତିକ୍ରିୟା ଦେଇ ସମର୍ଥନ ଜଣାଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ଯେ ନିଜ ଶରୀର ପାଇଁ ଫିଟନେସ୍ ପ୍ରତି ଯତ୍ନବାନ ହେବା ଖୁବ୍‌ ଗୁରୁତ୍ଵପୂର୍ଣ୍ଣ।

 

View this post on Instagram

 

A post shared by Katrina Kaif (@katrinakaif)

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ସଲମାନଙ୍କ ସହ ରିଲେସନ ରହିଥିବା ଚର୍ଚ୍ଚା ହେଉଥିବାବେଳେ ଏବେ ଭିକି କୌଶଲଙ୍କ ସହ କ୍ୟାଟ୍ରିନାଙ୍କ ନାଁ ଯୋଡ଼ା ଯାଉଛି। ତେବେ ସେମାନେ ରିଲେସନଶିପ୍‌କୁ ନେଇ ଲୁଚାଉଥିବା ମଧ୍ୟ ଆଲୋଚନା ହେଉଛି।

Katrina Kaif Hot #OdishaBhaskar

Get real time updates directly on you device, subscribe now.