fbpx

ଆର୍ୟନ ଡ୍ରଗ୍ସ କେସରେ ଫସିଲା ପରେ ସୁଟିଂ ସେଟ୍ ଛାଡ଼ିଛନ୍ତି କିଙ୍ଗ ଖାନ୍: ମାତ୍ର ଏବେ ବି ସଟ୍ ଦେଉଛନ୍ତି ଶାହରୁଖ…

Advertisement

ନୂଆଦିଲ୍ଲୀ: ମନୋରଞ୍ଜନ ଦୁନିଆରେ ଯଦି କୌଣସି ଅଭିନେତାଙ୍କର କିଛି ଅସୁବିଧା ହୁଏ, ତେବେ ଅନେକ ସମୟରେ ତାଙ୍କ ଜାଗାରେ ଅନ୍ୟ ଜଣେ ଅଭିନୟ କରିଥାନ୍ତି । ଏ ପରିପ୍ରେକ୍ଷୀରେ ଉକ୍ତ ଅଭିନେତାଙ୍କର ଡୁପ୍ଲିକେଟର ସାହାରା ନିଆଯାଇଥାଏ । ବର୍ତ୍ତମାନ ସମୟରେ କିଙ୍ଗ ଖାନ୍ ଶାହାରୁଖଙ୍କ ପୁତ୍ର ଆର୍ୟନ ଡ୍ରଗ୍ସ କେସରେ ଫସି ଏନସିବି ହେପାଜତରେ ରହିଛନ୍ତି । ତେଣୁ ଶାହାରୁଖ ନିଜର ସୁଟିଂ ବନ୍ଦ କରିଦେଇଛନ୍ତି । ତେବେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ‘ଶୋ ମଷ୍ଟ ଗୋ ଅନ୍’ ଫର୍ମୂଲା ଆପ୍ଲାଏ କରାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ସମୟ ଧରି ସୁପରଷ୍ଟାର ଶାହରୁଖ ଖାନଙ୍କ କୌଣସି ଫିଲ୍ମ ପରଦା ଉପରକୁ ଆସିନାହିଁ । ଜିରୋ ଫିଲ୍ମ ପରେ ତାଙ୍କର ଅନ୍ୟ କୌଣସି ମୁଭି ରିଲିଜ୍ ହୋଇନାହିଁ । ତେଣୁ ସେ ଏକ ସଙ୍ଗେ ପଠାନ ଓ ଲାୟନର ସୁଟିଂ ଆରମ୍ଭ କରିଦେଇଥିଲେ । ଗତ କିଛିଦିନ ହେଲା ଶାହରୁଖ ସାଉଥ ଫିଲ୍ମର ରିମେକ ଲାୟନ ର ସୁଟିଂ ମୁମ୍ବାଇର ଟାଉନ ଏରିଆରେ କରୁଥିଲେ । ତେବେ ଆର୍ୟନ ଡ୍ରଗ୍ସ କେସ ପରେ ସେ ଶନିବାର ରାତି ୯ଟାରେ ସୁଟିଂ ସେଟ୍ ଛାଡ଼ିଥିଲେ । ତେବେ ଏହି ସମୟରେ ଶାହରୁଖଙ୍କ ନକଲ ପ୍ରଶାନ୍ତଙ୍କୁ ଲାୟନ ମୁଭିର ସୁଟିଂ ପାଇଁ ଡକାଯାଇଛି । ଶାହରୁଖଙ୍କ ସମସ୍ୟା କାରଣରୁ ତାଙ୍କୁ ସେଟକୁ ଡକାଯାଇଥିବା ପ୍ରଶାନ୍ତ କହିଛନ୍ତି । ସେହିପରି ଶାହରୁଖ ନିଜର ପଠାନ ପ୍ରୋଜେକ୍ଟ ପାଇଁ ବିଦେଶ ଯିବାକୁ ଥିବାବେଳେ ତାହାକୁ ମଧ୍ୟ ରଦ୍ଦ କରିଦେଇଛନ୍ତି ।

Get real time updates directly on you device, subscribe now.