fbpx
BSKY
BJD MC SKY
BJD YOUTH SKY

ଇନଷ୍ଟାଗ୍ରାମରେ ଏହି ୬ଜଣଙ୍କୁ ଫଲୋ କରନ୍ତି ଶାହରୁଖ ଖାନ, ସେଥି ମଧ୍ୟରୁ ୨ଟି ଆକାଉଣ୍ଟ…

ନୂଆଦିଲ୍ଲୀ: ସୁପରଷ୍ଟାର ଶାହରୁଖ ଖାନ ସୋସିଆଲ ମିଡ଼ିଆ ଜରିଆରେ ତାଙ୍କ ଫ୍ୟାନ୍ସ ମାନଙ୍କ ଯୋଡ଼ି ହୋଇ ରୁହନ୍ତି । କେବଳ ଇନଷ୍ଟାଗ୍ରାମରେ ଶାହରୁଖ ଖାନଙ୍କ ଫ୍ୟାନ୍ସ ୩କୋଟି ୩୪ଲକ୍ଷ ଅଛନ୍ତି । ଏତେ ସଂଖ୍ୟକ ଫଲୋର୍ସ ଥାଉ ଥାଉ ଶାହରୁଖ କେବଳ ୬ଜଣଙ୍କୁ ଫଲୋ କରନ୍ତି । ଏଥିରୁ ୨ ଆକାଉଣ୍ଟ ଅନ୍ ଭାରିଫାଏଡ଼ ଅଛି । ତେବେ ଚାଲନ୍ତୁ ଜାଣିବା କେଉଁ ୬ଜଣଙ୍କ ଆକାଉଣ୍ଟକୁ ଶାହରୁଖ ଫଲୋ କରୁଛନ୍ତି ।

ଶାହରୁଖ ଖାନଙ୍କ ପ୍ରଥମ ୩ଜଣ ଫଲୋର୍ସ ତାଙ୍କ ନିଜ ପରିବାରର ସଦସ୍ୟ ଅଟନ୍ତି । ଅର୍ଥାତ ନିଜ ପୁଅ ଆରୟନ ଖାନ, ସୁହାନା ଖାନ ଏବଂ ପତ୍ନୀ ଗୌରୀ ଖାନ । ବାକି ୩ଜଣ ସଦସ୍ୟ ଶାହରୁଖଙ୍କ ନିଜ ପ୍ରଫେସନ ସହ ଜଡିତ । ଏହି ୩ ଲୋକଙ୍କ ବିଷୟରେ ଲୋକେ ଜାଣିନାହାନ୍ତି ।
ତେବେ ଶାହାରୁଖ ଖାନଙ୍କ ୪ର୍ଥ ଫଲୋର୍ସ ବ୍ୟକ୍ତିଙ୍କ ନାମ ହେଉଛି ପୂଜା ଦଦଲାନୀ । ସେ ୨୦୧୨ ମସିହାରୁ ଶାହାରୁଖ ଖାନଙ୍କ ମ୍ୟାନେଜର ଅଛନ୍ତି । ପୂଜା ସବୁ ଖରାପ ପରିସ୍ଥିତିରେ ଶାହରୁଖଙ୍କ ପରିବାରକୁ ଢାଲ ହୋଇ ସପୋର୍ଟ କରନ୍ତି । ଶାହାରୁଖ ଏବଂ ପୂଜା କାମ ଆଧାରରେ କେବଳ ସାଙ୍ଗ ନୁହେଁ । ଏହା ବ୍ୟତିତ ସେହି ଦୁଇଜଣ ବହୁ କ୍ଲୋଜ ଅଟନ୍ତି ।

ଇନଷ୍ଟାଗ୍ରାମରେ ଶାହାରୁଖ ଖାନଙ୍କ ଫଲୋର୍ସ ଭିତରେ ତାଙ୍କ ଲୟର କାଜଲ ଆନନ୍ଦ ଏବଂ ସୁହାନ ଖାନଙ୍କ କଜିନ ଆଲିଆ ଛିୱା ସାମିଲ ଅଛନ୍ତି । କହିବାକୁ ଗଲେ ଆଗକୁ ଶାହାରୁଖ ଖାନଙ୍କ ପଠାନ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମକୁ ବିଭିନ୍ନ କଥା ନେଇ ବୟକଟ କରାଯାଉଛି । ଏହାସତ୍ତେ୍ୱ ୪ବର୍ଷ ପରେ କିଙ୍ଗ ଖାନ ଶାହାରୁଖ ଫିଲ୍ମ ଜରିଆରେ ପରଦାକୁ ଆସୁଥିବାରୁ ତାଙ୍କ ଫ୍ୟାନ୍ସ ମାନେ ଉତ୍ସାହର ସହ ଚାହିଁ ବସିଛନ୍ତି ।

Get real time updates directly on you device, subscribe now.