fbpx

ବାହାରକୁ ଗଲେ ଗରିବଙ୍କୁ ସାହାଯ୍ୟ କରିବି: ଆର୍ୟନ ଖାନ

AAKASH

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଜେଲରେ ଅଛନ୍ତି । ଆର୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସଂରକ୍ଷିତ ରଖାଯାଇଛି, ଏଥିପାଇଁ ୨୦ ପର୍ଯ୍ୟନ୍ତ ତାଙ୍କୁ ଜେଲରେ ରହିବାକୁ ପଡ଼ିବ । ଏହାରି ମଧ୍ୟରେ ଆର୍ୟନ ଖାନ ଏନସିବି ଅଧିକାରୀଙ୍କୁ କହିଛନ୍ତି ଯେ ସେ ବାହାରକୁ ବାହାରିବା ପରେ ଗରିବଙ୍କୁ ସାହଯ୍ୟ କରିବେ ।

ସୂଚନା ଅନୁଯାୟୀ ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡ଼େ ନିଜ ଟିମ୍ ସହ ଆର୍ୟନ ଖାନଙ୍କ କାଉନସେଲିିଂ କରିଥିଲେ । ଏହି ସମୟରେ ଆର୍ୟନ କହିଥିଲେ ସେ ବାହରକୁ ଗଲାପରେ ଗରିବ ଲୋକଙ୍କୁ ସାହାଯ୍ୟ କରିବେ । ସେ ଏହା ମଧ୍ୟ କହିଛନ୍ତି ଯେ କିଛି ବି ଏମିତି କାମ କରିବେ ନାହିଁ ଯାହା ଫଳରେ ଚର୍ଚ୍ଚାକୁ ଆସିବେ । ଆର୍ୟନ ଆହୁରି ମଧ୍ୟ ସେ କହିଛନ୍ତି ଯେ ସେ ଏମିତି କିଛି କାମ କରିବେ ଯାହା ଫଳରେ ତାଙ୍କ ଉପରେ ଗର୍ବ କରିବେ ।

ଉଲ୍ଲେଖଯୋଗ୍ୟ, କ୍ରୁଜ ଡ୍ରଗ୍ସ ପାର୍ଟୀ ମାମଲାରେ ଆର୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ମୁମ୍ବାଇ ସେସନ କୋର୍ଟ ଗୁରୁବାର ଶୁଣାଣି ହୋଇଥିଲା । ଜାମିନ ଆବେଦନ ଉପରେ ଶୁଣାଣି ପରେ ଅଦାଲତ ୨୦ ଅକ୍ଟୋବର ପର୍ଯ୍ୟନ୍ତ ରାୟ ସୁରକ୍ଷିତ ରଖିଛନ୍ତି ।

Get real time updates directly on you device, subscribe now.