fbpx

କୋଲକାତା ନାଇଟ୍ ରାଇଡର୍ସକୁ ବଡ଼ ଝଟକା: ଆଇପିଏଲ ୨୦୨୩ ରୁ ଓ଼ହାରିଲେ ଶାକିବ ଅଲ ହାସନ

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ ରୁ ବାଦ୍ ପଡ଼ିଛନ୍ତି ବାଂଲାଦେଶର ତାରକା ଅଲରାଉଣ୍ଡର ଶାକିବ ଅଲ ହାସନବାଦ୍ । ବାଂଲାଦେଶ ଅଲରାଉଣ୍ଡର କୋଲକାତା ନାଇଟ୍ ରାଇଡର୍ସ ଫ୍ରାଞ୍ଚାଇଜ୍ ପାଇଁ ଚଳିତ ସିଜନରେ ଉପଲବ୍ଧ ନହେବା ବିଷୟରେ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି । ଅନ୍ତର୍ଜାତୀୟ ପ୍ରତିବଦ୍ଧତା ଏବଂ ବ୍ୟକ୍ତିଗତ ସମସ୍ୟା ହେତୁ ସେ ଟୁର୍ନାମେଣ୍ଟରୁ ତାଙ୍କ ନାମ ପ୍ରତ୍ୟାହାର କରିନେଇଛନ୍ତି ବୋଲି କୁହାଯଅଉଛି ।

ଚଳିତ ବର୍ଷ ମୂଳ ମୂଲ୍ୟ ୧.୫୦ ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସ ଦ୍ୱାରା ଶାକିବ ଅଲ ହାସନଙ୍କୁ କିଣିଥିଲା । ଆୟର୍ଲାଣ୍ଡ ବିପକ୍ଷ ସିରିଜ୍ ହେତୁ ଶାକିବ ଅଲ ହାସନ ଏପର୍ଯ୍ୟନ୍ତ ଆଇପିଏଲ ୨୦୨୩ ର ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି । ସେ ୮ ଏପ୍ରିଲ ପରେ କୋଲକାତା ନାଇଟ୍ ରାଇଡର୍ସରେ ଯୋଗଦେଇଥାନ୍ତେ । ତେବେ ୪ ଏପ୍ରିଲରୁ ବାଂଲାଦେଶକୁ ଆୟର୍ଲାଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ଖେଳିବାକୁ ପଡିବ ।

ବାଂଲାଦେଶ ଓପନର୍ ଲିଟନ୍ ଦାସଙ୍କୁ ମଧ୍ୟ ଆଇପିଏଲ୍ ୨୦୨୩ ନିଲାମରେ କୋଲକାତା ନାଇଟ୍ ରାଇଡର୍ସ କିଣିଛନ୍ତି । ଆୟର୍ଲାଣ୍ଡ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚ୍ ଶେଷ କରିବା ପରେ ସେ ଦଳରେ ଯୋଗଦେବେ । ବାଂଲାଦେଶର ଅଲରାଉଣ୍ଡର ଏପର୍ଯ୍ୟନ୍ତ ଆଇପିଏଲରେ ୭୧ ଟି ମ୍ୟାଚ୍ ଖେଳି ୭୯୩ ରନ୍ ସ୍କୋର କରି ୬୩ ୱିକେଟ୍ ନେଇଛନ୍ତି ।

Get real time updates directly on you device, subscribe now.