fbpx
BJD SKY
BJD SKY

UPI ପେମେଣ୍ଟରେ ଲାଗିବ ଚାର୍ଜ! ବର୍ତ୍ତମାନ ସରକାର ନେବେ ଶେଷ ନିଷ୍ପତ୍ତି

BJD

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟ ଉପରେ ଚାର୍ଜ ଲାଗୁ କରିବା ଘଟଣାକୁ ନେଇ ସାରା ଦୁନିଆରେ ଚର୍ଚ୍ଚା ଲାଗି ରହିଛି । ତେବେ ଏନପିସିଆଇ ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇ ସାରିଛି ଯେ, ୨ ହଜାର ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନ ଉପରେ ଚାର୍ଜ ଲାଗୁ କରିବା ନେଇ କୌଣସି ଉଦ୍ଦେଶ୍ୟ ନାହିଁ । କିନ୍ତୁ ଯଦି ସରକାର ଆଇଆଇଟି ମୁମ୍ବାଇର ଏକ ସୁପାରିଶକୁ ମାନି ନିଅନ୍ତି, ତେବେ ଯେକୌଣସି ମୂଲ୍ୟର ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ସମାନ ଚାର୍ଜ ଲାଗୁ ହୋଇପାରେ ।

ସୂଚନା ଅନୁସାରେ, ସରକାର ୟୁପିଆଇ ପେମେଣ୍ଟ ସିଷ୍ଟମ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପାଣ୍ଠି ଯୋଗାଇବା ସହ ଆର୍ଥିକ ସ୍ଥିତିରେ ଶକ୍ତିଶାଳୀ କରିବା ପାଇଁ ପ୍ରତ୍ୟେକ ଟ୍ରାଞ୍ଜାକ୍ସନ ଉପରେ ୦.୩ ପ୍ରତିଶତ ଶୁଳ୍କ ଲଗାଇପାରେ । ତେବେ ୦.୩% ଫିସ୍ ରୁ ୨୦୨୩-୨୪ରେ ପ୍ରାୟ ୫ ହଜାର କୋଟି ଟଙ୍କା ଏକତ୍ର କରାଯାଇପାରେ । କିନ୍ତୁ ଦୋକାନୀମାନଙ୍କୁ କରାଯାଉଥିବା ପେମେଣ୍ଟ ଉପରେ କୌଣସି ଚାର୍ଜ ଲାଗୁ କରାଯିବ ନାହିଁ ବୋଲି ସୂଚନା ଦେଇଛି ଏନପିସିଆଇ ।

ବର୍ତ୍ତମାନ ପ୍ରଚଳିତ ହେଉତିବା ନିୟମ ଅନୁଯାୟୀ, ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ୟୁପିଆଇ ସର୍ଭିସ ପ୍ରୋଭାଇଡର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ୟୁପିଆଇ ଟ୍ରାଞ୍ଜାକ୍ସନ କଲେ ଏଥିରେ କୌଣସି ଚାର୍ଜ ଲାଗୁ କରାଯାଇ ପାରିବ ନାହିଁ । ତେବେ ଅର୍ଥବ୍ୟବସ୍ଥା ବର୍ତ୍ତମାନ ପୂର୍ବ ଅପେକ୍ଷା ଖୁବ ଅଧିକ ଔପଚାରିକ ହୋଇଯାଇଥିବା ନେଇ ବଜେଟ ଭାଷଣରେ ପ୍ରକାଶ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଇପିଏଫଓର ସଦସ୍ୟତା ମଧ୍ୟ ୨ ଗୁଣରୁ ଅଧିକ ବୃଦ୍ଧି ପାଇ ୨୭ କୋଟିରେ ପହଞ୍ଚିଛି । ଗତବର୍ଷ ୟୁପିଆଇ ମାଧ୍ୟମରେ ୧୨୬ଲକ୍ଷ କୋଟି ଟଙ୍କାର ୭,୪୦୦କୋଟି ଡିଜିଟାଲ ଦେୟ ପ୍ରାପ୍ତ ହୋଇଥିଲା ।

Get real time updates directly on you device, subscribe now.